ଅଗଷ୍ଟ ୧୬ରେ ଭୁବନେଶ୍ୱର ଆସୁଛନ୍ତି ଉପ-ରାଷ୍ଟ୍ରପତି

ଭୁବନେଶ୍ୱର : ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବେ। ଭୁବନେଶ୍ୱର ସ୍ଥିତ ଏମସ ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ସୁରକ୍ଷା ନେଇ ସଚିବାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ୧୬ ତାରିଖ ଦିନ ୧୦ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା ସଡ଼କ ପଥରରେ ଆସି ଏମସ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଉତ୍ସବ ସରିବା ପରେ ୧୨ଟା ୨୦ ମିନିଟରେ ପୁଣି ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.