୧୦ମ ପାସ୍‌ଙ୍କ ପାଇଁ ସରକାରୀ ଚାକିରି କରିବାର ସୁଯୋଗ, ଖାଲିପଡିଛି ୧୩୬ ପଦବୀ

ଭାରତ ସରକାର ଅଧିନରେ ଚାକିରି କରିବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ୧୦ମ, ୧୨ ଶ ଏବଂ ବିଜ୍ଞାନ ଗ୍ରାଜୁଏଟଙ୍କ ପାଇଁ ସରକାରୀ ଚାକିରି କରିବାର ସୁଯୋଗ। ଏଥିପାଇଁ ୟୁରାନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍‌ ପକ୍ଷରୁ ଖାଲି ପଡିଥିବା ବିଭିନ୍ନ ପଦବୀରେ ନିଯୁକ୍ତି କରାଯାଉଛି। ଏହି ସବୁ ଖାଲି ପଡିଥିବା ପଦବୀରେ ଭର୍ତ୍ତି ପାଇଁ ଶେଷ ତାରିଖ ୨୨ ଜୁଲାଇ ରହିଥିଲା କିନ୍ତୁ ଏହାକୁ ବଢାଇ ୧୦ ଅଗଷ୍ଟ ପର୍ଯ୍ୟନ୍ତ କରିଦିଆଯାଇଛି। ଏହିସବୁ ଖାଲି ପଦବୀରେ ନିଯୁକ୍ତି ପାଇଁ ଅଧିକାରିକ େଓ୍ଵବସାଇଟ୍‌କୁ ଯାଇ ନୋଟିଫିକେସନ, ଆବେଦନ ତାରିଖ ଏବଂ ଅନ୍ୟାନ୍ୟ ତଥ୍ୟ ବିଷୟରେ ଜାଣିପାରିବେ।

ପଦବୀ ବିବରଣୀ: ୧୩୬

ଗ୍ରାଜୁଏଟ୍‌ ଅପରେସନାଲ ଟ୍ରେନି (କେମିକାଲ) : ୪

ମାଇନିଂ ମେଟ୍‌ ସି : ୫୨

ବଏଲର କମ୍‌ କମ୍ପ୍ରେସର ଆଣ୍ଟୋଣ୍ଡାଣ୍ଟ : ୩

ଓ୍ଵାଇଡିଂ ଇଂଜନ ଡ୍ରାଇଭର ବି : ୧୪

ବ୍ଲାଷ୍ଟ ବି : ୪

ଅନ୍ୟାନ୍ୟ : ୫୯

job

ଆବେଦନ ଆପଣ ଅନଲାଇନ ମାଧ୍ୟମରେ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୮ ମଇ ପର୍ଯ୍ୟନ୍ତ ରହିଛି। ସାଧାରଣ ବର୍ଗ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି। କିନ୍ତୁ ମହିଳା ଏବଂ ଅନ୍ୟ ବର୍ଗର ଇଚ୍ଛୁକ ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ।

ଯୋଗ୍ୟତା : ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ରହିଛି। ଯାହା ନୋଟିଫିକେସ ପଢିବା ପରେ ଜାଣିପାରିବେ।

ଚୟନ ପ୍ରକ୍ରିୟା : ଖାଲି ପଡିଥିବା ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଜରିଆରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.