ପୁଣି ରେକର୍ଡ ଭାଙ୍ଗିଲା ଓଡିଶା: ଦିନକରେ ସର୍ବାଧିକ ୧୫୯୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ଯରେ ସର୍ବାଧିକ ୧୫୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦୬୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୫୨୭ ଲୋକାଲ କେସ୍ ରୁ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗଞ୍ଜାମରୁ ସର୍ବାଧିକ ୭୩୨ ଏବଂ ଖୋର୍ଦ୍ଧାରୁ ୩୨୦ ପଜିଟିଭ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୧୦, ବାଲେଶ୍ବରରୁ ୨୨, ବରଗଡରୁ ୮, ଭଦ୍ରକରୁ ୬୦, ବଲାଙ୍ଗିରରୁ ୬,ବୌଦ୍ଧରୁ ୪୧, କଟକରୁ ୧୩୬, ଢେଙ୍କାନାଳରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରୁସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୦,କୋରାପୁଟରୁ ୩୩,ମାଲକାନଗିରିରୁ ୯ ଏବଂ ମୟୁରଭଞ୍ଜରୁ ୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.