ଆଜିଠୁ ତୃତୀୟ ଟେଷ୍ଟ , ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଦଳ

ଇଂଲଣ୍ଡ ଓ ୱେଷ୍ଟଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ଆଜି ଠାରୁ ଆରମ୍ଭ ହେଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ତେଣୁ ଉଭୟ ଦଳ ସିରିଜକୁ ହାତେଇବାକୁ ଚେଷ୍ଟା କରୁଛି। ୱେଷ୍ଟଣ୍ଡିଜ ସାଉଥମ୍ପଟନରେ ଟେଷ୍ଟ ମ୍ୟାଚ ଜିତିଥିବା ବେଳେ ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ହାସଲ କରିଥିଲା। ତେଣୁ ତୃତୀୟ ଟେଷ୍ଟକୁ ଜିତିବାକୁ ଦୁଇଟି ଯାକ ଦଳ ଯଥାସମ୍ଭବ ଚେଷ୍ଟା କରିବ।

spot-300x202

ଦୀର୍ଘ ୩୨ ବର୍ଷ ପରେ ଟେଷ୍ଟ ସିରିଜ ଜିତିବା ପାଇଁ ପଡିଆକୁ ଓହ୍ଲାଇବ ୱେଷ୍ଟଣ୍ଡିଜ। ୧୯୮୮ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବା ପାଇଁ ସବୁପ୍ରକାର କଳାକୌଶଳ ଆପଣାଇବ। ଗତ ମ୍ୟାଚରେ ଇଂଲଣ୍ଡ ଆଣ୍ଡରସନଙ୍କୁ ବିଶ୍ରାମ ଦେଇଥିଲା।ଇଂଲଣ୍ଡ ପାଖରେ ପର୍ଯ୍ୟାପ୍ତ ବିକଳ୍ପ ଥିବାରୁ କାହାକୁ ନେବ କାହାକୁ ଛାଡ଼ିବ, ସେ ଦ୍ବନ୍ଦ୍ବ ରହିଛି। ଏହା ମଧ୍ୟ ଅଧିନାୟକ ଜୋ ରୁଟ୍ଙ୍କ ପାଇଁ ଚୂଡ଼ାନ୍ତ ଦଳ ଚୟନ କରିବା କଷ୍ଟକର କରିଛି। ବିଶେଷ କରି ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ନେଇ ଅଧିକ ଦ୍ବନ୍ଦ୍ବ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.