ବାୟୋପିକ୍ ପରେ ଚ୍ୟାନେଲ, ନିର୍ବାଚନ ଶେଷ ହେଲା ପର୍ଯ୍ୟନ୍ତ ଲାଗିଲା ରୋକ୍

ନୂଆଦିଲ୍ଲୀ : ଆସନ୍ତାକାଲି ନିର୍ବାଚନର ପ୍ରଥମ ଚରଣ ପାଇଁ ଭୋଟ ହେବାକୁ ଯାଉଥିବା ବେଳେ ନିର୍ବାଚନ କମିସନ ବୁଧବାର କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ର ରିଲିଜ ନୁହଁ ବରଂ ବିଜେପି ଚ୍ୟାନେଲ୍ ‘ନାମୋ ଟିଭି’କୁ ମଧ୍ୟ ବନ୍ଦ ନିର୍ଦ୍ଦେଶ ଦେଇଛି। ଲୋକସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ପ୍ରସାରିତ ହେଉଥିବାବ ବିଜେପି ସମ୍ବର୍ନ୍ଧିତ ନମୋ ଚ୍ୟାନେଲକୁ ନେଇ ବିଭିନ୍ନ ବିବାଦ ଲାଗିରହିଥିଲା। ଏହି ଚ୍ୟାନେଲ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ମଧ୍ୟ କୁହାଯାଇଥିଲା। ଏପରିକି ଏନେଇ ଯାଞ୍ଚ କରି ଏହାକୁ ବନ୍ଦ କରିବା ପାଇଁ ମଧ୍ୟ ନିର୍ବାଚନ କମିସନ କହିଥିଲା। ଫଳରେ ଏହା ଉପରେ ଆଜିଠୁ ଆରମ୍ଭ କରି ନିର୍ବାଚନ ଶେଷ ହେବା ପର୍ୟ୍ୟନ୍ତ ରୋକ ଲଗାଯାଇଛି।