ଭୁବନେଶ୍ବର : ପତଞ୍ଜଳି ସହ ସହବନ୍ଧନ ପରେ ଓଡିଶାରେ ବିଏସଏନଏଲରର ପ୍ରଥମ ପ୍ଲାନ ଘୋଷଣା। ପତଞ୍ଜଳି ରାଜ୍ୟ ପ୍ରଭାରୀ ଏସ୍ ଏସ୍ ଅଧିକାରୀ ଏବଂ ବିଏସଏନଏଲ୍ ଓଡିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାୟକ ଏହି ପ୍ଲାନ୍ ଘୋଷଣା କରିଛନ୍ତି। ୧୪୪ ଟଙ୍କା ପ୍ଲାନରେ ଅସୀମିତ ଭଏସ୍ କଲ ଏବଂ ପ୍ରତିଦିନ ୨ ଜିବି ଡାଟା ୧୦୦ ଏସ୍ଏମଏସ୍ ପଠାଇ ପାରିବେ ଗ୍ରାହକ। ପତଞ୍ଜଳି ସହିତ ପୂର୍ବରୁ ଜଡିତ ଥିବା ସମସ୍ତ ସଦସ୍ୟ ଏହି ସୁବିଧା ଉଠାଇ ପାରିବେ। ସେହିପରି ଯେଉଁମାନେ ପତଞ୍ଜଳି ସହ ଜଡିତ ନୁହନ୍ତି ସେମାନେ ଅଧିକ ୧୦୦ ଟଙ୍କା ଦେଇ ସଦସ୍ୟା ହେବାକୁ ପଡିବ। ଏହି ସେବା ପତଞ୍ଜଳି ଷ୍ଟୋରରେ ଏବଂ ବିଏସଏନଏଲ୍ ଷ୍ଟୋରରେ ଉପଲବ୍ଧ ହେବ । ସେହିପରି ଆଗାମୀ ରଥଯାତ୍ରା ପାଇଁ ବିଏସଏନଏଲର ଅନ୍ୟ ପ୍ଲାନ ସମ୍ପର୍କରେ ସୂଚନା ଦିଆଯାଇଛି ।
Prev Post