ରିଟାୟାରମେଣ୍ଟ ପରେ ପିଏଫ ଖାତାଧାରୀ ଉଠାଇ ପାରିବେ ଆଡ଼ଭାନ୍ସ ପେନସନ, ପୁଣି ଆରମ୍ଭ ହେବ ପେନସନ କମ୍ୟୁଟେସନ ସୁବିଧା

ଗତ ବର୍ଷ ଅଗଷ୍ଟ ମାସରେ ଇପିଏଫଓ ତରଫରୁ ଇପିଏସ ବା ଏମ୍ପ୍ଲୋଇଜ ପେନସନ ସ୍କିମ ୧୯୯୫ରେ ପରିବର୍ତ୍ତନ ନେଇ ମଞ୍ଜୁରୀ ମିଳିଥିଲା । ଏଥିରେ ପିଏଫ ଖାତା ଧାରକଙ୍କ ପେନସନ ନେଇ କିଛିଟା ନୂଆ ବ୍ୟବସ୍ଥା ଉପଲବ୍ଧ ହେବ । କହିରଖିବା ଉଚିତ ହେବକି ୨୦୦୮ ମସିହା ସେପ୍ଟେମ୍ବର ମାସ ୨୬ ତାରିଖ ପୂର୍ବରୁ ଏକ ପ୍ରକାରର କମ୍ୟୁଟେସନ ସୁବିଧା ଉପଲବ୍ଧ ହେଉଥିବା ବେଳେ ପରେ ତାହାକୁ ହଟାଇ ଦିଆଯାଇଥିଲା । ୧୯୯୫ ମସିହା କର୍ମଚାରୀ ପେନସନ ସ୍କିମ ଅନୁଯାୟୀ ଏମ୍ପ୍ଲୋୟର ମାନଙ୍କ ଇପିଏଫଓରେ କରାଯାଇଥିବା ଯୋଗଦାନର ଗୋଟିଏ ଭାଗ ଇପିଏସରେ ପେନ୍ସନ ହିସାବରେ ମିଳିବ । ନିୟମ ଅନୁଯାୟୀ କୌଣସି ଚାକୀରିଆଙ୍କୁ ନିଜ ବାର୍ଷିକ ସାଲେରୀ ଓ ଡ଼ିଏ ଅଥବା ଡ଼ିଏ ଯଦି ନଥିବ ବାର୍ଷିକ ସାଲେରିର ୧୨ ପ୍ରତିଶତ ଇପିଏଫରେ ଯୋଗଦାନ କରିବାକୁ ପଡିଥାଏ ।

EPFO

 

ସେହି ରାଶି ଖାତାଧାରୀଙ୍କ ଇପିଏଫ ଆକାଉଣ୍ଟରେ ଯୋଗ ହୋଇଥାଏ । କିନ୍ତୁ ଦିଆଯାଇଥିବା ଯୋଗଦାନର ଗୋଟିଏ ଭାଗ ଇପିଏସକୁ ଯାଇଥାଏ । କିନ୍ତୁ ଖାତାଧାରୀଙ୍କ ମାସିକ ବେତନ ଅତି କମରେ ୧୫୦୦୦ ଟଙ୍କା ହେବା ଆବଶ୍ୟକ । ଆଉ ଏକ ନିୟମ ଅନୁଯାୟୀ ଯଦି ଜଣେ ୧୦ ବର୍ଷ ଯାଏଁ ଇପିଏସରେ ଯୋଗ ଦେଇଥିବେ ତାଙ୍କୁ ୫୮ ବର୍ଷ ହେବା ପରେ ନିୟମିତ ଭାବେ ପେନସନ ମିଳିବ । ପିଏଫ ଖାତା ଧାରକ ମାନେ ନିଜ ଅବସର ପରେ ଯେଉଁ ପେନସନ ରାଶି ପାଇଥାନ୍ତି । ଯଦି ତାହା ଭିତରୁ ଗୋଟିଏ ଭାଗ ଆଡଭାନ୍ସ ଭାବେ ଉଠାଇବାକୁ ପେନ୍ସନର କମ୍ୟୁଟେସନ ବୋଲି କୁହାଯାଏ । କିନ୍ତୁ ୨୦୦୮ ମସିହା ପୂର୍ବରୁ ନିୟମ ଥିଲା କି ପିଏଫ ଖାତା ଧାରକ ମାନେ ନିଜ ୧୦୦ ମାସ ପେନସନ ରାଶିର ଗୋଟେ ତୃତୀୟାଂଶ ଆଡ଼ଭାନ୍ସ ରେ ଉଠାଇପାରିବେ ।

EPFO

ଟଙ୍କା ଉଠାଇବା ପରେ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସ ଦୁଇ ତୃତୀୟାଂଶ ରାଶି ପ୍ରତି ମାସ ପେନସନ ହିସାବରେ ମିଳିପାରିବ । କିନ୍ତୁ ୨୦୦୯ ମସିହାରେ ଏହି ନିୟମକୁ ଉଠାଇ ନିଆ ଯାଇଥିଲା । ଏବେ କିନ୍ତୁ ଇପିଏଫଓ ପୁଣି ଥରେ କମ୍ୟୁଟେସନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛନ୍ତି । ନୂଆ ନିୟମ ଅନୁଯାୟୀ ଏବେ ଖାତା ଧାରକ ମାନେ ୧୫ ବର୍ଷର ମାସିକ ପେନସନ ରାଶିର ଏକ ତୃତୀୟାଂଶ ଏକା ସାଙ୍ଗରେ ଉଠାଇ ପାରିବେ । ୧୫ ବର୍ଷ ପରେ ହିଁ ତାଙ୍କୁ ପୂରା ଟଙ୍କା ମିଳି ପାରିବ । ନୂଆ ନିୟମ ଅନୁଯାୟୀ ଖାତା ଧାରକଙ୍କୁ ୮୦ ହଜାର ଟଙ୍କାର ଲାଭ ମିଳିପାରିବ । ଆହୁରି ମଧ୍ୟ କମ୍ୟୁଟେଡ ପେନସନ ରାଶିର ଟ୍ୟାକ୍ସ ଉପରେ ବି କିଛିଟା ଛାଡ ମିଳିପାରିବ ।

 

 

 

Leave A Reply

Your email address will not be published.