କାକଟପୁରସ୍ଥିତ ଦି ଫାଉଣ୍ଡେସନ ଛାତ୍ରାବାସରୁ ୩ଛାତ୍ର ନିଖୋଜ, ଦାୟିତ୍ୱହୀନତା ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ

ପୁରୀ: ଛାତ୍ରାବାସରୁ ୩ଛାତ୍ର ନିଖୋଜ। ପୁରୀ ଜିଲ୍ଲା କାକଟପୁରସ୍ଥିତ ଦି ଫାଉଣ୍ଡେସନ ଛାତ୍ରାବାସରୁ ଛାତ୍ର ନିଖୋଜ। ନବମ ଶ୍ରେଣୀରେ ପଢୁଥିବା ୩ଜଣ ଛାତ୍ର ଭୋର ସାଢେ ୪ଟାରେ ଛାତ୍ରାବାସରୁ ନିଖୋଜ ହୋଇଯାଇଥିଲେ । ଛାତ୍ରାବାସ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ପରେ ତିନି ଛାତ୍ରଙ୍କ ପରିବାରକୁ ଖବର ଦିଆଯାଇଥିଲା । ଛାତ୍ରଙ୍କ ପରିବାର ପକ୍ଷରୁ କାକଟପୁର ଥାନାରେ ଦି ଫାଉଣ୍ଡେସନ ଛାତ୍ରାବାସ ପରିଚାଳକ ଜ୍ଞାନରଞ୍ଜନ ସ୍ୱାଇଁଙ୍କ ନାମରେ ଅଭିଯୋଗ କରିଛନ୍ତି। ନିଖୋଜ ୩ଜଣକାକଟପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ବୋଲି କହିିଛି ପୋଲିସ । ଛାତ୍ରାବାସ ପରିଚାଳକଙ୍କ ଦାୟିତ୍ୱହୀନତା ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଛାତ୍ରମାନେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଙ୍କ ଅଭିଭାବକ।

Leave A Reply

Your email address will not be published.