ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ପାଓ୍ଵାର ଗ୍ରୀଡ୍‌ କର୍ପୋରେସନରେ ଆବେଦନ ଜାରି

ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ୍‌ ଇଣ୍ଡିଆରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ମୁତାବକ ଏହି ଏଗ୍ଜିକ୍ୟୁଟିଭ ଟ୍ରେନୀ(ଫାଇନାନ୍ସ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଇଛୁକ ପାର୍ଥୀ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଏହି ପ୍ରକ୍ରିୟାକୁ ପୁରା କରନ୍ତୁ।

ମହତ୍ତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୦୭ ମାର୍ଚ୍ଚ ୨୦୨୦
ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୦୬ ଏପ୍ରିଲ ୨୦୨୦

job-searchପଦବୀ ନାମ ଏବଂ ପଦ ସଂଖ୍ୟା

ଏଗ୍ଜୀକ୍ୟୁଟିଭ ଟ୍ରେନୀ(ଫାଇନାନ୍ସ)- ୨୫ ପଦ

ବୟସ ସୀମା

ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ଅଧିକତମ ବୟସସୀମା ୨୮ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଆବେଦନ ପ୍ରକ୍ରିୟା

ଆବେଦନକାରୀ ପ୍ରଥମେ ଅଫିସିଆଲ ସ୍ୱେବସାଇଟ ଜରିଆରେ ଜାରି କରାଯାଇଥିବା ଅଧିସୂଚନାକୁ ନିଶ୍ଚୟ ପଢନ୍ତୁ। ଏହାପରେ ସମସ୍ତ ତଥ୍ୟ ଜାଣିବା ପରେ ଦିଆଯାଇଥିବା ସୂଚନା ଅନୁଯାୟୀ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଧ୍ୟାନ ରଖିବେ ଆବେଦନ କରିବା ସମୟରେ ଯେପରି କୌଣସି ତ୍ରୁଟି ନରହେ।

job_ଚୟନ ପ୍ରକ୍ରିୟା

ଏହି ଚାକିରି ପାଇଁ ଆବେଦନକାରୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା, ଗ୍ରୁପ୍‌ ଡିସ୍କସନ ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.