ଭାରତ-ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ବେଳେ ଗ୍ୟାଲେରୀରେ ପଡ଼ିବ ତାଲା, ବିନା ଦର୍ଶକରେ ଚାଲିବ ଖେଳ

କେନ୍ୟୁଜ୍: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଛି । ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବ । କରୋନା ଭାଇରସ୍‌ ଯୋଗୁ ଏହି ମ୍ୟାଚ୍‌ ଗୁଡିକରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ବିନା ଦର୍ଶକରେ ମ୍ୟାଚ୍‌ ଖେଳାଯିବ । ଗ୍ୟାଲେରୀରେ ତାଲା ପଡ଼ିବ । ସାରା ଦେଶରେ କରୋନା ଆତଙ୍କ ବୃଦ୍ଧି ପାଉଥିବାରୁ ବିସିସିଆଇ ଏପରି ସୂଚନା ଦିଆଯାଇଛି । କରୋନା ପ୍ରତିରୋଧ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପ୍ରସ୍ତୁତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

matchସେହିପରି ଆଇପିଏଲ୍‌-୧୩ ସଂସ୍କରଣ ନିର୍ଦ୍ଧାରିତ ସମୟରେ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଇପିଏଲ୍‌ ହେଲେ, ତାର ପୁରୁଣା ଚମକ ହରାଇବ । ପ୍ରତିଯୋଗିତା ବାତିଲ କରିବା ନେଇ ଅସୁବିଧା ହେଲେ ବିନା ଦର୍ଶକ ଓ ବନ୍ଦ ଗ୍ୟାଲେରୀ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଆସନ୍ତାକାଲି ଆଇପିଏଲ୍‌-୧୩ ନେଇ ଗଭର୍ଣ୍ଣିଂ ବୈଠକ ହେବ । ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.