ବିଗ୍‌ ବସ୍‌ର ଏହି ୫ଜଣ ପ୍ରତିଯୋଗୀଙ୍କ ଟିକ୍‌ଟକ୍‌ ଭିଡିିଓ ହେଲା ଭାଇରାଲ, ଦେଖିଲେ ବି ଉଡିଯିବ ଆପଣଙ୍କ ହୋସ୍‌

‘ବିଗ୍‌ ବସ୍‌ ୧୩’ ଶେଷ ହେବା ପରେ ପ୍ରତିଯୋଗୀ ନିଜ-ନିଜ ପ୍ରୋଜେକ୍ଟରେ ବ୍ୟସ୍ତ ରହିଛନ୍ତି। ଏହି ପ୍ରତିଯୋଗୀ ଫ୍ୟାନ୍ସମାନଙ୍କ ପାଇଁ ସୋସିଆଲ ମିଡିଆରେ କିିଛି ନା କିଛି ଭିଡିଓ ସେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ତେବେ ଦେଖନ୍ତୁ ବିଗ୍‌ ବସ୍‌ ପ୍ରତିଯୋଗୀଙ୍କ ଏହି ଟିକ୍‌ଟକ୍‌ ଭିଡିଓ, ଯାହାକୁ ଦେଖିବା ପରେ ଆପଣମାନେ ମଧ୍ୟ ଖୁବ୍‌ ପସନ୍ଦ କରିବେ।

‘ବିଗ୍‌ ବସ୍‌ ୧୩’ ର ମୋଷ୍ଟ ଏଣ୍ଟରଟେନର ପ୍ରତିଯୋଗୀ ଶହନାଜ୍‌ଙ୍କ ଏକ ଟିକ୍‌ଟକ୍‌ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଶହନାଜ୍‌ ଦର୍ପଣ ସାମ୍ନାରେ ଛିଡା ହୋଇଛନ୍ତି। ସେ ନେହା କକ୍କଡଙ୍କ ନୂଆ ଗୀତ ‘ଗୋଆ ବିଚ୍‌’ ଗୀତରେ ଡ୍ୟାନ୍ସ କରୁଛନ୍ତି।

 

View this post on Instagram

 

#shehnaazgill insta story 😍❤️ #SidNaaz #sidharthshukla

A post shared by SIDNAAZ UPDATES 👑 (@sidnaazupdates) on

‘ବିଗ୍‌ ବସ୍‌ ୧୧’ର ପ୍ରତିଯୋଗୀ ବିକାଶ ଗୁପ୍ତା ସିଜନ୍‌ ୧୩ରେ ମଧ୍ୟ ନଜର ଆସିସାରିଛନ୍ତି। ଏକ ଟିକ୍‌ଟକ୍‌ ଭିଡିଓରେ ବିକାଶ ଗୁପ୍ତା ଏବଂ ସେଫାଳୀ ବଗ୍ଗା ଏକାଠି ନଜର ଆସିଛନ୍ତି। ଦୁଇଜଣ ଜିମ୍‌ରେ ଓ୍ଵାର୍କ ଆଉଟ୍‌ ସମୟରେ ହିଁ ଗୀତ ଲଗାଇ ଏହି ଭିଡିଓ କରିଛନ୍ତି। ସେଫାଳୀ ଏହି ଭିଡିଓ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ପୂର୍ବରୁ ସେଫାଳୀ ବଗ୍ଗା ଏକ ଟିକ୍‌ ଟକ୍‌ ଭିଡିଓ କରିଥିଲେ। ଯେଉଁଥିରେ ସେଫାଳୀ ନେହା କକ୍କଡଙ୍କ ‘ଗୋଆ ବାଲି ବିଚ୍‌’ ଗୀତରେ ଡ୍ୟାସ କରୁଛନ୍ତି।

ରଶ୍ମି ଦେସାଇ ବହୁତ ଜଲଦି ଏକତା କପୁରଙ୍କ ସିରିୟଲ ‘ନାଗିନ୍‌ ୪’ ରେ ନଜର ଆସିବେ। ସେ ଜୈସ୍ମିନ ଭସୀନଙ୍କୁ ରିପ୍ଲେସ କରିଛନ୍ତି। ରଶ୍ମି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନାଗିନ୍‌ ୪ ରେ ଅଭିନୟ କରିଥିବା ଚରିତ୍ରରେ ନଜର ଆସିଛନ୍ତି। ଏହି ଭିଡିଓରେ ରଶ୍ମିଙ୍କ ସହ ମାହିରା ମଧ୍ୟ ରହିଛନ୍ତି। ଦୁଇଜଣ ମିଶି ‘ଧିମେ-ଧିମେ’ ଗୀତରେ ଡ୍ୟାନ୍ସ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.