Below header

କରୋନାକୁ ନେଇ କୋକୁଆ ଭୟ: ହ୍ଵାଇଟ୍‌ ହାଉସ୍‌ରେ ଡୋନାଲ୍ଡ ଟ୍ରମ୍ପ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କରି ସ୍ୱାଗତ କରିବାର ଦୃଶ୍ୟ ହେଲା ଭାଇରାଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ କୋକୁଆ ଭୟ ଲାଗି ରହିଥିବା ବେଳେ ଏବେ ସମସ୍ତେ ଭାରତୀୟ ପରମ୍ପରାକୁ ଆପଣେଇଛନ୍ତି । ହାତ ମିଳାଇବା ବଦଳରେ ନମସ୍କାର କରୁଛି ସାରା ବିଶ୍ୱ । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ହ୍ଵାଇଟ୍‌ ହାଉସ୍‌ରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କରି ସ୍ୱାଗତ କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

donald trump କରୋନା ଭୟବହତା ଯୋଗୁ ଏପରି କରିବାର ଆବଶ୍ୟକତା ରହିଛି ବୋଲି ଟ୍ରମ୍ପ କହିଛନ୍ତି । ନିକଟରେ ଭାରତ ଯାଇଥିଲି, ସେଠାରେ ସମସ୍ତେ ଏପରି ନମସ୍କାର କରି ସ୍ୱାଗତ କରିଥିଲେ । ଏହା ସେଠାକାର ସଂସ୍କୃତି । ବର୍ତ୍ତମାନ କରୋନା ଯୋଗୁ ଏପରି କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.