ଦୀପାବଳିରେ କିଣନ୍ତୁ ଅତି ଶସ୍ତାରେ CNG କାର, ଲିଷ୍ଟରୁ କରନ୍ତୁ ପସନ୍ଦ ଯାହାର ଦାମ ରହିଛି ୩ ଲକ୍ଷରୁ ବି କମ

ଦୀପାବଳି ଅବସରରେ ଅନେକ ଲୋକ ନୂଆ ଗାଡ଼ି କିଣିବାକୁ ପ୍ଲାନିଂ କରିଥାନ୍ତି। ଯଦି ଆପଣ ବି ଏହି ପ୍ଲାନିଂରେ ସାମିଲ ଥାନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବଢ଼ିଆ ଖବର। ଦୀପାବଳି ଅବସରରେ ଆସିଛି ଶାନଦାର ଅଫର। ଏମିତିରେ ଆମେ ଆପଣଙ୍କ ପାଇଁ କାରର ପୂରା ଲିଷ୍ଟ ନେଇ ଆସିଛୁ। ଯାହାର ଦାମ ମଧ୍ୟ ରହିଛି ଖୁବ ଶସ୍ତା।

ମହଙ୍ଗା ପେଟ୍ରୋଲ ଓ ଡିଜେଲ ଦରରେ କାରକୁ କ୍ରୟତା ସିଏନଜି ଗାଡ଼ି କୁ ଅନେକ ମାତ୍ରାରେ ପ ସନ୍ଦ କରୁଛନ୍ତି। ଦୀପାବଳି ଅବସରରେ ଅନେକ ଲୋକ ନୂଆ ଗାଡ଼ି କିଣିଥାନ୍ତି। ଏଠାରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବଢ଼ିଆ ଅପସନ। ଆଜି ଆମେ ଆପଣଙ୍କୁ ଦେଶର ୫ଟି ସବୁଠୁ ଶସ୍ତା ସିଏନଜି କାର ସମ୍ପର୍କରେ କହିବୁ। ଯେଉଁଥିରୁ ଆପଣ ନିଜ ମନ ପସନ୍ଦ କାର ଚୟନ କରିପାରିବେ।

Maruti Suzuki Alto:
ଏହା ଦେଶର ସବୁଠୁ ଶସ୍ତା ସିଏନିଜ କାର। Maruti Suzuki Altoର ପ୍ରାରମ୍ଭିଗ ଦାମ ହେଉଛି ୨.୯୪ ଲକ୍ଷ ଟଙ୍କା। ତେବେ ଏହାର ସିଏନଜି ସହ ଆସୁଥିବା ଭାରିଏଣ୍ଟର ଦାମ ହେଉଛି ୫.୦୩ ଲକ୍ଷ ଟଙ୍କା। ଯାହା କି ଏକ୍ସ ସୋରୁମ ରେ ରହିଛି। ସିଏନିଜ କିଟ ସହିତ ଏହି କାର 31Km ରୁ ଅଧିକ ମାଇଲେଜ ଅଫର କରୁଛି।

Maruti S-Presso:
ମାରୁତି ଏସ ପ୍ରେସୋ ର ସିଏନଜି ମଡେଲ ର ଦାମ ୫.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। କମ୍ପାନୀ ର କହିବା ଅନୁଯାୟୀ ସିଏନଜି ସହିତ ଏହି କାର 32.73km/kg ମାଇଲେଜ ଅଫର କରୁଛି। ଏଥିରେ 1.0 ଲିଟର , ୩ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ମିଳୁଛି। ଯାହାକି ସିଏନଜି ମୋଡ଼ ରେ 56bhp ଓ 82NM ଟ୍ରାର୍କ ଜେନେରେଟ କରିଥାଏ।

Maruti Eeco:
ଏହା ଦେଶର ସବୁଠୁ ଶସ୍ତା ୭ସିଟର କାର। ଏହା ସିଏନଜି ଭାରିଏଣ୍ଟ ଆପଣଙ୍କୁ ୫.୯୪ ଲକ୍ଷ ଟଙ୍କାରେ ମିଳିଯିବ। ଏଥିରେ ଆପଣଙ୍କୁ ୧.୨ ଲିଟର ର ପେଟ୍ରୋଲ ଇଞ୍ଜିନ ମିଳୁଛି। ଯାହା ସିଏନଜି କିଟ ସହିତ ୬୩ ପିଏସ୍‌ ଓ ୮୫ ଏନଏମ ଜେନେରେଟ କରିଥାଏ। ସିଏନଜି ସହିତ ଏହି କାର ୨୦ କିମି ରୁ ଅଧିକ ମାଇଲେଜ ଅଫର କରିଥାଏ।

 

Tata Tiago:

ଚଳିତ ବର୍ଷ ଟାଟା ର ଏହି ମଡ଼େଲ ଆସିଥିଲା। ଏହାର ମାଇଲେଜ ୨୬କିମି ରୁ ଅଧିକ ରହିଛି। ଏହି ଗାଡ଼ି ରେ ସିଏନଜି ଭର୍ସନ ମୋଟ ୫ ଭାରିଏଣ୍ଟରେ ଆସୁଛି। ସିଏନିଜ କିଟ ସହିତ ଟାଟା ଟିଆଗୋ ର ଦାମ ୬.୩୦ ଲକ୍ଷ ଟଙ୍କା ରହିଛି। ଏହାର ଏକ୍ସ ସୋ ରୁମ ୭.୮୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.