୧୧ କେଭ ବିଦ୍ୟୁତ ତାର ନେଇଗଲା ଜୀବନ, ପାଣିକୋଇଲି ଟୋଲ ପ୍ଲାଜା ନିକଟରେ ଟ୍ରକ ସହ ଜଳିଗଲେ ଡ୍ରାଇଭର,

ଯାଜପୁର ରୋଡ଼(କେନ୍ୟୁଜ୍):ପାଣିକୋଇଲି ଥାନା ଟୋଲ ପ୍ଲାଜା ନିକଟସ୍ଥ ସିଙ୍ଗଡ଼ା ଛକ ନିକଟରେ ଅଘଟଣ। ୧୧ କେଭ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୪ ଚକିଆ ଟ୍ରକ ସହ ଜଳିଗଲେ ଡ୍ରାଇଭର।ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ଡ୍ରାଇଭର ହେଲେ ଗୋଳେଇ ପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣା ପଡ଼ିଛି।ସୂଚନାଯୋଗ୍ୟ ଡ୍ରାଇଭର ଜଣକ ଗାଡି ଅନଲୋଡ଼ କରି ସିଙ୍ଗଡ଼ା ଗାଁ ଅଭିମୁଖେ ଯାଉଥିବା ବେଳେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାର ଟ୍ରକରେ ଲାଗି ଯିବାରୁ ଟ୍ରକଟି ହଠାତ ଜାଳି ଉଠିଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.