ଗଜପତି: ସରକାରୀ କର୍ମଚାରୀଙ୍କୁ ନ୍ୟୁଡ କଲ କରି ୬ଲକ୍ଷ ଟଙ୍କା ଲୁଟିଥିବା ଯୁବକ ଗିରଫ, ୨ଲକ୍ଷ ୯୮ହଜାର ଟଙ୍କା ଜବତ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ସେରଙ୍ଗ ପୋଲିସକୁ ମିଳିଛି ବଡ ସଫଳତା। ଜଣେ ସରକାରୀ କର୍ମଚାରୀଙ୍କୁ ଓ୍ବାର୍ଟସପରେ ଭିଡିଓ କଲ କରି ଲକ୍ଷାଧିକ ଟଙ୍କା ଲୁଟିଥିବା ଯୁବକକୁ ଗିରଫ କରି କୋଟ ଚାଲାଣ କରିଛି ପୋଲିସ। ଗୁମ୍ମା ବ୍ଲକରେ ଜଣେ ଅବିବାହିତ ସରକାରୀ କର୍ମଚାରୀଙ୍କୁ ନଗ୍ନ ଭିଡିଓ କଲ କରି ତାଙ୍କ ସମ୍ମାନ ନଷ୍ଟ କରିବା ଭୟ ଦେଖାଇ ୬ଲକ୍ଷ ଟଙ୍କା ଲୁଟି ଥିଲା ରାୟଗଡ଼ା ଜିଲ୍ଲାର ଭି.ନିଖିଳେସ। ଯାହା ଗତ ମାସ ୨୪ତାରିଖରେ ସେରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଭିତ୍ତିକରି ପୋଲିସ ଭି.ନିଖିଳେସକୁ ଗିରଫ କରିବା ସହ ତା ପାଖରୁ ୬ଟି ମୋବାଇଲ, ଦୁଇଟି ଏଟିଏମ, ଦୁଇଟି ବ୍ୟାଙ୍କ ପାସବୁକ ସହ ୨ଲକ୍ଷ ୯୮ହଜାର ଟଙ୍କା ଜବତ କରିଛି। ସେପଟେ ନିଖିଳେସ ସହ ଏକ ଗ୍ୟାଙ୍ଗ ରହିଥିବା ପୋଲିସ ଜାଣିବାକୁ ପାଇଛି।  ଯେଉଁଥିରେ ଯୁବତୀ ମାନେ ରହିଥିବା ସନ୍ଦେହ କରି ତଦନ୍ତ ପରିସର ବଢାଇଛି। ତେବେ ଗିରଫ ନିଖିଳେସ ରାୟଗଡ଼ା ଜିଲ୍ଲାର ଗୁଣପୁରରେ ଥିବା ଏକ ଘରୋଇ  କଲେଜରେ ଅଧାରୁ ପାଠ ଛାଡିବା ପରେ ଏପରି କାମରେ ଲିପ୍ତ ଥିଲେ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.