ଆଉ କାହାକୁ ଛାଡ଼ିବାକୁ ପ୍ଲାଟ୍‌ଫର୍ମକୁ ଯାଅନି; ପାଞ୍ଚଗୁଣ ବଢ଼ିଲା ଟିକେଟ୍‌, ସଫେଇ ଦେଲା ରେଳ ବିଭାଗ

ବଢ଼ିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ। ପୁନେ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ବଢ଼ି ୫୦ ଟଙ୍କା କରିଦିଆଯାଇଛି। ଏହି ମୂଲ୍ୟ ବଢ଼ିବା ପରେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଇତିମଧ୍ୟରେ ରେଲୱେର ମୁଖ୍ୟ ପ୍ରବକ୍ତା ସଫେଇ ଦେଇ କହିଛନ୍ତି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଟିକେଟର ମୂଲ୍ୟ ବଢ଼ାଇ ୫୦ ଟଙ୍କା କରାଯାଇଛି।

ରେଲୱେ ପ୍ରବକ୍ତା ଟ୍ଵିଟ୍‌ କରି କହିଛନ୍ତି କରୋନା ସମୟରେ ଲେକଙ୍କୁ ରେଳ ଷ୍ଟେସନକୁ ଆସିବା ଉପରେ ରୋକ୍‌ ଲଗାଇବା ପାଇଁ ବିଭାଗ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦ୍ୱାରା ସାମାଜିକ ଦୂରତ୍ୱ ପାଳନ କରାଯାଇପାରିବ।

ତେବେ ରେଳ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ବଢ଼ିବାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ମଧ୍ୟ ମୂଲ୍ୟ ବଢ଼ିବାକୁ ନେଇ ବିଜେପି ଦଳକୁ ଘେରିଛନ୍ତି। ସେ କହିଛନ୍ତି କଂଗ୍ରେସ ଶାସନ ବେଳେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ମାତ୍ର ୩ ଟଙ୍କା ଥିଲା। ବିଜେପି ଶାସନରେ ତାହା ୫୦ ଟଙ୍କା ହୋଇଛି। ସୂଚନାଯୋଗ୍ୟ ଯେ ପ୍ଲାଟଫର୍ମ ଟିକେଟ୍‌ ମାତ୍ର ୨ ଘଣ୍ଟା ପାଇଁ ଭ୍ୟାଲିଡ୍‌ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.