କଇଁଛ ବଞ୍ଚାଇଲା ମାଛର ଜୀବନ, ଦେଖନ୍ତୁ ଭିଡିଓ

ଆପଣ ଅସୁବିଧା କିମ୍ବା ବିପଦରେ ପଡିଥିଲେ ପ୍ରକୃତ ବନ୍ଧୁ ହିଁ ଆପଣଙ୍କୁ ସାହାଯ୍ୟ କରିଥାଏ। ପ୍ରକୃତ ବନ୍ଧୁ ଆଗକୁ ପଛକୁ କିଛି ବୁଝି ନ ବିଚାରି ସାଙ୍ଗର ସାହାଯ୍ୟ ପାଇଁ ଆଗେଇ ଆସେ। ସାଙ୍ଗ ପାଇଁ ଜୀବନ ମଧ୍ୟ ଦେଇପାରେ। ଏବେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହା ଦେଖିଲେ ଆପଣ ନିଜେ ବୁଝିଯିବେ ବନ୍ଧୁତ୍ୱର ସଂଜ୍ଞା କ’ଣ ?

ଆପଣ କଇଁଚ୍ଛ ଠେକୁଆ ଗପ ତ ନିଶ୍ଚିତ ଶୁଣିଥିବେ। କିନ୍ତୁ କେବେ କଇଁଚ୍ଛ ବନ୍ଧୁତ୍ୱ ନିଭାଉଥିବା ଦେଖିଛନ୍ତି। ଟ୍ଵିଟରେ ଏବେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ କଇଁଚ୍ଛ ମାଛର ଜୀବନ ବଞ୍ଚାଉଥିବା ନଜର ଆସିଛନ୍ତି। ଭିଡିଓରେ ଦେଖିପାରିବେ, କିପରି ମାଛଟି ନିସ୍ତେଜ ହୋଇ ପଡିରହିଥିବା ବେଳେ କଇଁଛ ଆସି ତାକୁ ପାଟିରେ ଟାଣି ଟାଣି ଉଠାଇବାକୁ ଚେଷ୍ଟା କରୁଛି। କଇଁଛ ଏପରି ଦୁଇ ତିନି ଥର କରିବା ପରେ ମାଛଟି ଉଠିପଡି ଖୁସିରେ ପାଣିରେ ଖେଳିବାକୁ ଆରମ୍ଭ କରୁଛି।


ଏହି ଭିଡିଓକୁ Natureslit ୟୁଜର ସେୟାର କରିଛନ୍ତି। ଯେଉଁଥିରେ କଇଁଛ ନିଜ ସାଙ୍ଗ ହେବାର ପରିଚୟ ଦେଉଛି। ଏହାକୁ ଏପର୍ଯ୍ୟନ୍ତ ଦେଢ ଲକ୍ଷ ଲୋକ ଦେଖିସାରିଲେଣି ଏବଂ ୫ ହଜାରରୁ ଅଧିକ ଲାଇକ୍ସ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.