Below header

କୃଷକଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୯ କୋଟି କୃଷକଙ୍କ ଖାତାକୁ ଗଲା ୨୦୦୦ ଟଙ୍କା

ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିସାନ ନିଧିର ୧୪ ତମ କିସ୍ତି ପ୍ରଦାନ କରିଛନ୍ତି । ଫଳରେ ୯ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଟ୍ରାନ୍ସଫର ହୋଇଛି ।

ଦେଶର ୯ କୋଟି ଚାଷୀଙ୍କ ପାଇଁ ଖୁସି ଖବର । ମିଳିଲା ପିଏମ କିସାନ ନିଧି ୧୪ତମ କିସ୍ତି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରୁ ୧୪ତମ କିସ୍ତି ଜାରି କରିଛନ୍ତି । କିସାନ ସମ୍ମାନ ନିଧି ଯୋଜନା ଅଧିନରେ ୨ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯାଇଛି । ୯ କୋଟି କୃଷକଙ୍କ ଖାତାକୁ ଏହି ଟଙ୍କା ଯାଇଛି । ପ୍ରଧାନମନ୍ତ୍ରୀ ରାଜସ୍ଥାନର ଶେଖାୱାଟୀରେ ଦେଶର ୯କୋଟି କୃଷକଙ୍କ ଖାତାରେ ଏକ ସାଙ୍ଗରେ କିସାନ ସମ୍ମାନ ନିଧି ଯୋଜନାର ଟଙ୍କା ପଠାଇଛନ୍ତି । ୨୦୨୩ରେ ଫେବୃଆରୀରେ ଏହାର ୧୩ କିସ୍ତି କୃଷକଙ୍କୁ ମିଳିଥିଲା ।

ଖବର ମୁତାବକ, ୧୪ ତମ କିସ୍ତି ପାଇଁ କେବେ ଠାରୁ କୃଷକ ଅପେକ୍ଷା କରି ରହିଥିଲେ ।  ପ୍ରତ୍ୟେକ ୪ ମାସରେ ଏହି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥାଏ ।  ସରକାର କୃଷକଙ୍କ ଆକାଉଣ୍ଟକୁ କିସ୍ତିର ୨୦୦୦ ହଜାର ଟଙ୍କା ଦେଇଛନ୍ତି । ଯଦି ଆପଣଙ୍କୁ ପିଏମ କିଶାନ ଯୋଜନାକୁ ନେଇ କୌଣସି ପ୍ରକାରର ସମସ୍ୟା ରହିଛି, ତେବେ ଆପଣ [email protected] କୁ ଯାଇ ଜାଣିପାରିବେ ।

କେମିତି ଚେକ୍‌ କରିବେ ଲିଷ୍ଟ :

– ପ୍ରଥମେ ମୋବାଇଲ କିମ୍ବା କମ୍ପ୍ଯୁଟରର ବ୍ରାଉଜରକୁ ଯାଇ ପିଏମ୍ କିସାନ ସ୍କିମର ଅଫିସିଆଲ ୱେବସାଇଟ https://pmkisan.gov.in/କୁ ଯାଆନ୍ତୁ।
– ଏଠାର ଡାହାଣ ପଟ କଡରେ Farmers corner ଅପସନ ଦେଖିବାକୁ ମିଳିବ।
– ସେଠାରେ କ୍ଲିକ କରିବା ପରେ Beneficiary list ରେ କ୍ଲିକ କରନ୍ତୁ।
– ଏବେ ଏକ ନୂଆ ପେଜ ଖୋଲିବ।
– ଏହି ପେଜରେ ରାଜ୍ଯ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗାଁକୁ ଚୟନ କରନ୍ତୁ।
– ସମସ୍ତ ବିକଳ୍ପ ଚୟନ କରିବା ପରେ Get report କ୍ଲିକ କରନ୍ତୁ।
– ଏଠାରେ ଲିଷ୍ଟ ଅନେକ ପେଜର ରହିବ। ଏହି ଲିଷ୍ଟରେ ନାମ ଆଲାଫାବେଟିକାଲ ଅର୍ଡରରେ ଦେଖିବାକୁ ମିଳିବ। ଆପଣ ନିଜର ନାମକୁ ସହଜରେ ଚେକ୍ କରିପାରିବେ।

ଯଦି ଆପଣ ନିକଟରେ ରେଜିଷ୍ଟ୍ରସନ କରାଇଛନ୍ତି ଆଉ ଏହି ଲିଷ୍ଟରେ ଆପଣଙ୍କ ନାଁ ନାହିଁ, ତେବେ ୱେବସାଇଟ ଜରିଆରେ ଆପଣ ରେଜିଷ୍ଟ୍ରସନ ଷ୍ଟାଟସ ମଧ୍ୟ ଚେକ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.