ହାଇକୋର୍ଟରେ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି ମାମଲା: ରାଜ୍ୟ ସରକାର ଓ ଓପିଏସସିକୁ ଜବାବ ଦାଖଲ କରିବାକୁ ନୋଟିସ ଜାରି

ହାଇକୋର୍ଟରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପ୍ରକାଶିତ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି ମାମଲା । ମାମଲାକୁ ବିଚାର ପାଇଁ ଗ୍ରହଣ କରି ଓଡ଼ିଶା ହାଇକୋର୍ଟ ପ୍ରତିପକ୍ଷ ରାଜ୍ୟ ସରକାର ଓ ଓପିଏସସି ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ।

କଟକ (କେନ୍ୟୁଜ): ହାଇକୋର୍ଟରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପ୍ରକାଶିତ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି ମାମଲା । ମାମଲାକୁ ବିଚାର ପାଇଁ ଗ୍ରହଣ କରି ଓଡ଼ିଶା ହାଇକୋର୍ଟ ପ୍ରତିପକ୍ଷ ରାଜ୍ୟ ସରକାର ଓ ଓପିଏସସି ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟରେ ୬ଟି ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି କରିବାକୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଏସସି ଓ ଏସଟି ପ୍ରାର୍ଥୀଙ୍କ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ । ଏହାକୁ ସୁରେନ୍ଦ୍ର କୁମାର ସାହୁ ଓ ଅନ୍ୟ ମାନଙ୍କ ପକ୍ଷରୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଛି।

ଲଗାତର ତିନି ବର୍ଷ ଧରି ଏସସି ଏସଟି ପଦବୀ ଖାଲି ରହିଥିଲେ ସ୍ୱତନ୍ତ୍ର ଡ୍ରାଇଭ ହେବା କଥା। କିନ୍ତୁ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି କ୍ଷେତ୍ରରେ ସେଭଳି ହୋଇନାହିଁ । ରାଜ୍ୟରେ ଏବେ ୨୭ଟି ପବ୍ଲିକ ପ୍ରସ୍ୟୁକ୍ୟୁଟର ପଦବୀ ଖାଲି ଥିବା ବେଳେ ଡ଼ାଇରେକ୍ଟ ନିଯୁକ୍ତି ପାଇଁ ଏଥିରୁ ୨୫ ପ୍ରତିଶତ ଅର୍ଥାତ ୭ଟି ପଦବୀ ପାଇଁ ସାଧାରଣ ବିଜ୍ଞାପନ ପ୍ରକାଶ କରିବା କଥା। ଯେଉଁଥିରେ ଅଣସଂରକ୍ଷିତ ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ରହିବା କଥା। ତେଣୁ ଏଭଳି ବିଜ୍ଞାପନକୁ ଖାରଜ କରି ସାଧାରଣ ବିଜ୍ଞାପନ ପ୍ରକାଶ କରିବାକୁ ପ୍ରାର୍ଥନା କରାଯାଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ ଓପିଏସସି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟରେ ଓପିଏସସି ନିଯୁକ୍ତି କଲେ ହାଇକୋର୍ଟରେ ମାମଲାର ଚୂଡାନ୍ତ ରାୟ ଉପରେ ସେହି ନିଯୁକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.