Below header

କୃଷକଙ୍କୁ ସରକାର ଦେବେ ୧୫ ଲକ୍ଷ ଟଙ୍କା, ଏବେ ଯାଏଁ ଆପ୍ଲାଏ କରିନଥିଲେ ତୁରନ୍ତୁ ଭରିନିଅନ୍ତୁ ଫର୍ମ

କୃଷକଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ କେନ୍ଦ୍ର ସରକାର ଲଗାତାର ଚେଷ୍ଟା ଜାରି ରଖିଛନ୍ତି। ନୂଆ କୃଷି ବିଲ୍‌ ଆଣିବା ପରେ କୃଷିକୁ ବ୍ୟବସାୟ କରିବା ପାଇଁ ଲୋକଙ୍କୁ ଉପହାର ଦେବାକୁ ଯାଉଛନ୍ତି ସରକାର। ଏଣୁ ଏବେ କୃଷକଙ୍କ ନୂଆ ବ୍ୟବସାୟ ପାଇଁ ୧୫ ଲକ୍ଷ ଟଙ୍କା ଦିଆଯିବ।

ଜାଣନ୍ତୁ, କେଉଁ ସର୍ତ୍ତରେ ମିଳିବ କୃଷକଙ୍କୁ ୧୫ ଲକ୍ଷ?

କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ପିଏମ୍‌ କିଷାନ୍‌ ଏଫ୍‌ପିଓ ସ୍କିମ୍‌ ଆରମ୍ଭ କରିଛନ୍ତି। ଏହି ସ୍କିମ୍‌ରେ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ। ଏହା ଦ୍ୱାରା ସାରା ଦେଶର କୃଷକମାନେ ଲାଭବାନ୍‌ ହେବେ। ଏହି ସ୍କିମ୍‌ର ଲାଭ ଉଠାଇବା ପାଇଁ ୧୧ ଜଣ କୃଷକଙ୍କୁ ମିଶି ଏକ ସଂସ୍ଥା ବା କମ୍ପାନୀ ତିଆରି କରିବାକୁ ପଡ଼ିବ। ଏହା ଦ୍ୱାରା କୃଷକଙ୍କୁ କୃଷି ଉପକରଣ, ସାର, ମଞ୍ଜି ଓ ଔଷଧ କିଣିବାରେ ସୁବିଧା ହେବ।

ତେବେ ଏଥିପାଇଁ କୃଷକଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ସରକାର ଏବେ ଯାଏଁ ଏହାର ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ଆଉ କିଛିଦିନ ପରେ ପଞ୍ଜିକରଣ ଆରମ୍ଭ ହେବ। ଏଥିପାଇଁ ଖୁବ୍‌ ଶୀଘ୍ର ନୋଟିଫିକେସନ୍‌ ଜାରି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.