ଗୀତର ତାଳେ ତାଳେ ନାଚୁଛି କୁକୁର, ଭାଇରାଲ ହେଉଛି ମଜାଦାର ଭିଡିଓ

ବିଭିନ୍ନ ସୋସିଆଲ ମିଡିଆରେ ଏକ କୁକୁର ତା ମାଲିକାଣିଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କ୍ଲିପଟି କେରଳର ଚରତଳା ଗାଁର ବୋଲି ଜଣାଯାଇଛି । ଭିଡିଓଟିକୁ ଲକ୍ଷ କଲେ ଆପଣ ଜାଣି ପାରିବେ ଜଣେ ମହିଳା ଏକ ଗୀତରେ ତାଳ ଦେଇ ନାଚ କରିବା ଆରମ୍ଭ କରିଦେଉଛନ୍ତି । ଏକ ଲୋକପ୍ରିୟ ଗୀତରେ ଘରର ଅଗଣାରେ ନାଚ କରୁଛନ୍ତି । ଆଉ ତାଙ୍କୁ ଅନୁସରଣ କରି ତାଙ୍କ ଠିକ ପଛରେ ଚେନରେ ବନ୍ଧା ଯାଇଥିବା କୁକୁରଟି ନିଜ ଗୋଡ଼ରେ ଛିଡା ହୋଇଯାଉଛି । ଆଉ ଦୁଇ ହାତରେ ମଜାଳିଆ ଅନ୍ଦାଜରେ ତାଳି ମାରୁଛି । ଅର୍ଥାତ ନିଜ ହିସାବରେ ନାଚ କରିବା ଆରମ୍ଭ କରିଦେଉଛି । ଠିକ ତାଳରେ ତାଳ ଦେଇ ନାଚୁଛି କୁକୁର । ନାଚ ସରିଲା ପରେ କୁକୁର ଟିକୁ ଯାଇ ଗେଲ କରୁଛନ୍ତି ମହିଳା ଜଣଙ୍କ । ଯିଏ ଦେଖୁଛି ଆବାକ ହେବା ସହ ଖୁସି ହୋଇଯାଉଛନ୍ତି ।

ଭିଡିଓଟିକୁ ଫେସବୁକ ୟୁଜର ଶ୍ରୀଜିତ ଟ୍ରିକାରା ଜୁନ  ୨୦ତାରିଖରେ ସେୟାର କରିଥିବା ଜଣାଯାଇଛି । ଯାହାକୁ ନ୍ୟୁଜ କରାଯିବା ଭିତରେ ସାଢେ ତିନି ଲକ୍ଷ ଜଣ ଦେଖିସାରିଛନ୍ତି । ଯେବେକି ୫୦୦ ରୁ ଅଧିକ ଜଣ ନିଜ ପ୍ରତିକ୍ରିୟା ରଖିସାରିଲେଣି । କିଛି ଜଣ ମହିଳାଙ୍କୁ ପ୍ରଶଂସା କରିଥିବା ବେଳେ କିଛି ଜଣ କୁକୁରର ତାରିଫ କରିଛନ୍ତି । ଆଉ କିଛି ଜଣ ପ୍ରଶ୍ନ କରିଛନ୍ତିକି କେମିତି ଲାଗିଲା ଡ୍ୟାନ୍ସ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.