Below header

ଓଡିଶାର ଚାରୁକଳାକୁ ଦୁବାଇରେ ମହକାଉଛନ୍ତି ବାରିପଦା ଝିଅ ମୋନା ବିଶ୍ୱରୂପା, ମିଳିଲା ୟୁଏଇଏର ୧୦ବର୍ଷିଆ ଗୋଲଡେନ ଭିସା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଆ ଝିଅଙ୍କୁ ୟୁଏଇର ସମ୍ମାନ । ବାରିପଦା ଝିଅ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ମିଳିଲା ୟୁଏଇଏର ୧୦ବର୍ଷିଆ ଗୋଲଡେନ ଭିସା। ଚାରୁକଳା ପାଇଁ ଦୁବାଇ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ମୋନାଙ୍କୁ ମିଳିଛି ଅଧିସ୍ୱୀକୃତି। ୨୦୦୭ରୁ ୟୁଏଇରେ ରହିଆସୁଛନ୍ତି ମୋନା ବିଶ୍ୱରୂପା। ସେଠାରେ ନିଜ କଳାର ନିଖୁଣ ପ୍ରଦର୍ଶନ କରିବାକୁ ସୁଯୋଗ  ଦେଇଛନ୍ତି ୟୁଏଇ ସରକାର। ମୋନା ବିଶ୍ୱରୁପାଙ୍କ ଜନ୍ମ କଳା ଓ ସଂସ୍କୃତିର ଜିଲ୍ଲା ମୟୁରଭଞ୍ଜ ଜିଲ୍ଲାରେ। ଓଡ଼ିଶାର ସାଂସ୍କୃତିକ ଜଗତ ତଥା କଳା କ୍ଷେତ୍ରକୁ ଯୁଗେ ଯୁଗେ ସମୃଦ୍ଧ କରି ଆସିଛି ମୟୂରଭଞ୍ଜ।

କଳାକାର ପରିବାରରେ ଜନ୍ମ ନେଇଥିବା ମୋନା ବିଶ୍ୱରୂପା ବାଲ୍ୟକାଳରୁ ହିଁ ଚିତ୍ରକଳା ପ୍ରତି ଆଗ୍ରହ ଦେଖାଇଥିଲେ। ବାରିପଦାର ସ୍କୁଲ ଅଫ୍‌ ଆର୍ଟ ଏଣ୍ଡ କ୍ରାଫ୍‌ଟରୁ ଆରମ୍ଭ ହୋଇଥିଲା ଚିତ୍ରକଳା।ଦିଲ୍ଲୀରେ ଫେସନ ଡିଜାଇନିଂ କରିବା ପରେ ୨୦୦୭ରେ ଯାଇଥିଲେ ଦୁବାଇ। ମାତ୍ର ଫେସନ ଡିଜାଇନିଂ ଛାଡି କଳାକୁ ଆଦାରି ନେଇଥିଲେ ସେ।

odia girl 2

ଏବେ ତାଙ୍କର ଏହି ସଫଳତା ପାଇଁ ସମସ୍ତେ ଗର୍ବିତ। ମୋନା ବିଶ୍ୱରୂପାଙ୍କୁ ୟୁଏଇର ଗୋଲ୍‌ଡେନ ଭିସା ସମ୍ମାନ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.