ପିଏମ କିସାନ ଯୋଜନା : ଖୁବ ଶୀଘ୍ର ଚାଷୀଙ୍କ ଖାତାକୁ ଆସିବ ୨- ୨ ହଜାର ଟଙ୍କା

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ମୁତାବକ କେନ୍ଦ୍ର ସରକାର ସମସ୍ତ ଚାଷୀମାନଙ୍କୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ  କରୁଛନ୍ତି । ତେବେ ଏହି ଟଙ୍କା ୨୦୦୦- ୨୦୦୦ ଟଙ୍କାର କିସ୍ତିରେ ଚାଷୀଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଥାଏ । ଅଗଷ୍ଟ ୧ଠାରୁ ଏହି ଯୋଜନର ଷଷ୍ଠ କିସ୍ତିର ୨୦୦୦ ଟଙ୍କା ଚାଷୀଙ୍କ ଖାତାକୁ ଆସୁଛି । ସେହିପରି ଆଗାମୀ ୨୦୦୦ ଟଙ୍କାର କିସ୍ତି ଖୁବଶୀଘ୍ର ଚାଷୀଙ୍କୁ ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କ ହିତ ନିମନ୍ତେ  ଅନେକ ପ୍ରକାରର ଯୋଜନା କରାଯାଇଛି । ଯଦି  ଆପଣଙ୍କୁ ବର୍ତ୍ତମାନ  ପର୍ଯ୍ୟନ୍ତ କୌଣସି କିସ୍ତିର ଟଙ୍କା ମିଳିନାହିଁ ତେବେ ଲିଷ୍ଟରେ ନିଜ ନାମକୁ ଚେକ୍‌  କରିନିଅନ୍ତୁ ।

କିପରି ମିଳିବ ଲାଭ:

ପ୍ରଧାନମନ୍ତ୍ରୀ କିସାନ  ସମ୍ମାନ ନିଧି ଯୋଜନାର ଲାଭ ଉଠାଇବା ପାଇଁ ଚାଷ ଜମି ଚାଷୀଙ୍କ ନାମରେ ହୋଇଥିବା ଆବଶ୍ୟକ ।ଯଦି ଜଣେ ଚାଷୀର ନାମରେ ସେ ଚାଷ କରୁଥିବା ଜମି ନାହିଁ ତେବେ ସେ ଏହି ଯୋଜନାରୁ ବଞ୍ଚିତ ରହିବ ।  ଏହା ବ୍ୟତିତ ସେବାରତ ବା ସେବାନିବୃତ ସରକାରୀ  କର୍ମଚାରୀ, ପୂର୍ବ ବା ବର୍ତ୍ତମାନ ର ସାଂସଦ /ବିଧାୟକ/ ମନ୍ତ୍ରୀ , ବୃତ୍ତିଗତ ସଂସ୍ଥା ଗୁଡିକରେ ଜଣେ ପଞ୍ଜିକୃତ ଡାକ୍ତର, ଇଂନଜିନିୟର, ଓକିଲ, ଚାର୍ଟେଡ ଆକାଉଣ୍ଟ କିମ୍ବା ଏମାନଙ୍କ ପରିବାର କୌଣସି ସଦସ୍ୟଙ୍କ ନାମରେ ଚାଷ ଜମି ଥିଲେ ମଧ୍ୟ ସେମାନେ ଏହି ଯୋଜନାର ଲାଭ ଉପଭୋଗ କରି ପାରିବେ ନାହିଁ । ଏହା ବ୍ୟତୀତ ୧୦ ହଜାର ଟଙ୍କାରୁ ଉର୍ଦ୍ଧ ପେନସନ ପାଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେବ  ନାହିଁ ।

farmer

ଲିଷ୍ଟ ଚେକ୍‌ କରିବାର ପ୍ରଣାଳୀ:

ନିଜ  ନାମ ତାଲିକାରେ ଦେଖିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ େଓ୍ଵବସାଇଟ ଯୋଜନାର ଅଧିକାରିକ େଓ୍ଵବସାଇଟ pmkisan.gov.in କୁ ଯିବାକୁ ହେବ ।ଏହାର ହୋମ ପେଜରେ ଥିବା ଫାର୍ମର ର୍କୋନର ରେ କ୍ଲିକ  କରନ୍ତୁ ।  ବର୍ତ୍ତମାନ ଲାଭାର୍ଥି  ସୂଚିରେ କ୍ଲିକ କରି ନିଜ ରାଜ୍ୟ, ଜିଲ୍ଲା , ବ୍ଲକ , ଏବଂ ଗ୍ରାମର ବିବରଣୀ ଦାଖଲ କରିବେ । ଏସବୁ ପୂରଣ କଲା ପରେ Get report  ରେ କ୍ଲିକ କରନ୍ତୁ । ବର୍ତ୍ତମାନ ସମ୍ପୂର୍ଣ୍ଣ ତାଲିକା ଖୋଲି ଯିବ ଯେଉଁଥିରେ ଆପଣ ନିଜ ନାମ ଚେକ୍‌ କରିପାରିବେ ।

ରେର୍କଡକୁ ସଠିକ କରନ୍ତୁ :

ଯେହେତୁ ଆବେଦନ  କରୁଥିବା ସମୟରେ ତରବରରେ ଲୋକ ଅଧିକ ଭୁଲ କରିଥାନ୍ତି ତେଣୁ ଆବେଦନରେ କୌଣସି ପ୍ରକାର  ତ୍ରୁଟି ରହିଲେ ଆପଣ ସେବାରୁ ବଞ୍ଚିତ ରହିପାରନ୍ତି ।ଏଣୁ ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ ସଠିକ ଭାବରେ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.