କେଉଁ ଚାଷୀମାନଙ୍କୁ ମିଳିବ PM Kisanର ୧୪ତମ କିସ୍ତି: ଏଠାରେ ଚେକ୍ କରନ୍ତୁ ନିଜର ନାମ

କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍‌ କିସାନ୍‌ ସମ୍ମାନ ନିଧି ଯୋଜନା କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଆରମ୍ଭ କରାଯାଇଥିଲା । ଏଥିରୁ କୃଷକମାନେ ବହୁତ ଲାଭବାନ ହେଉଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍‌ କିସାନ୍‌ ସମ୍ମାନ ନିଧି ଯୋଜନା କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଆରମ୍ଭ କରାଯାଇଥିଲା । ଏଥିରୁ କୃଷକମାନେ ବହୁତ ଲାଭବାନ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ୧୩ ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଆସିସାରିଲାଣି । ବର୍ତ୍ତମାନ କୃଷକମାନେ ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ସହିତ ପ୍ରାୟ ୯ କୋଟି କୃଷକ ଜଡିତ ଅଛନ୍ତି । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୨-୨ ହଜାର ଟଙ୍କା ମିଳୁଛି ।

ସରକାର ଏହି ଯୋଜନାର ହିତାଧିକାରୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଅନ୍ତି । ଏହା ବ୍ୟତୀତ ଏହି ଯୋଜନାରେ ପଞ୍ଜୀକୃତ କୃଷକମାନଙ୍କ ପାଇଁ ସରକାର କିଷାନ କ୍ରେଡିଟ କାର୍ଡ ଆବଶ୍ୟକ କରୁଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବା । ୧୩ ତମ କିସ୍ତି ୨୭ ଫେବୃଆରୀରେ କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ପରବର୍ତ୍ତୀ କିସ୍ତି ଆପଣ ପାଇବେ କି ନାହିଁ, ଆସନ୍ତୁ ଜାଣିବା । କିନ୍ତୁ ତାପୂର୍ବରୁ ଆପଣଙ୍କୁ ଜାଣିବାକୁ ପଡିବ ଯେ ଲିଷ୍ଟରେ ଆପଣଙ୍କ ନାମ ଅଛି ନା ନାହିଁ ।

ଲିଷ୍ଟରେ ନିଜ ନାଁ ଏପରି ଚେକ୍ କରନ୍ତୁ

–ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ଅଫିସିଆଲ ପୋର୍ଟାଲ pmkisan.gov.in କୁ ଯିବାକୁ ପଡିବ ।
– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।
– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।
-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।
-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.