ପୁଣି ଭୟଙ୍କର ହେଲା କରୋନା! ରାଜସ୍ଥାନ ସିଏମ୍‌ ଅଶୋକ ଗେହଲଟ୍‌ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କୋଭିଡ୍‌ ପଜିଟିଭ

ଭାରତରେ ଗତ କିଛି ଦିନ ହେବ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରର ତଥ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି।

ଭାରତରେ ଗତ କିଛି ଦିନ ହେବ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରର ତଥ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି। ସେପଟେ ଏହାରି ଭିତରେ ଖବର ଆସିଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ରାଜ୍ୟର ପୂର୍ବତନ ସିଏମ୍ ବସୁନ୍ଧରା ରାଜେ ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି। ଉଭୟ ନେତା ଟ୍ଵିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଗତକାଲି ଅଶୋକ ଗେହଲଟ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସୁରଟ୍‌ ଯାଇଥିଲେ।

ଅଶୋକ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି ଯେ ‘ଗତ କିଛି ଦିନ ହେବ ସମଗ୍ର ଦେଶରେ କୋଭିଡ ମାମଲା ବୃଦ୍ଧି ପାଇଛି। ମୁଁ ନିଜେ ମଧ୍ୟ ହାଲୁକା ଲକ୍ଷଣ ସହିତ କୋଭିଡ ସଂକ୍ରମିତ ହୋଇଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଗାମୀ କିଛି ଦିନ ମୋ ବାସଭବନରୁ ହିଁ କାର୍ଯ୍ୟ ଜାରି ରଖିବି। ଆପଣ ସମସ୍ତେ ସାବଧାନ ରୁହନ୍ତୁ ଏବଂ କୋଭିଡ୍ ପ୍ରୋଟୋକଲ୍ ପାଳନ କରନ୍ତୁ’।

ସେହିପରି ବିଜେପି ନେତା ତଥା ରାଜ୍ୟର ପୂର୍ବତନ ସିଏମ୍ ବସୁନ୍ଧରା ରାଜେ ମଧ୍ୟ କୋଭିଡ ପଜିଟିଭ୍‌ ବାହାରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ‘କୋଭିଡ ଯାଞ୍ଚରେ ମୋ ରିପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ସମ୍ପୂର୍ଣ୍ଣ ରୂପେ ଆଇସୋଲେସନରେ ରହିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.