ପୋଷ୍ଟ ଅଫିସ୍‌ରେ ଖାତା ଅଛି କି? ଜାଣନ୍ତୁ ଏଟିଏମ୍‌ କାର୍ଡରେ ଟଙ୍କା ଉଠାଣର କେତେକ ନିୟମ

ବର୍ତ୍ତମାନ ପୋଷ୍ଟ ଅଫିସ ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଉଛି। ଡାକ ଘରେ ସେଭିଂ ଆକାଉଣ୍ଟ, ରିକରିଂ ଡିପୋଜିଟ୍‌ ଆକାଉଣ୍ଟ(RD), ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ(PPF), କିସାନ ବିକାଶ ପତ୍ର, ମନ୍ଥଲି ଇନ୍‌କମ୍‌ ସ୍କିମ୍‌ ଆକାଉଣ୍ଟ(MIS), ସୁକନ୍ୟା ସମୃଦ୍ଧି ଯୋଜନା, ଫିକ୍ସଡ ଡିପୋଜିଟ୍‌ (FD)ତଥା ସିନିୟର ସେଭିଂସ୍‌ ସ୍କିମ୍‌(SCSS)ର ସୁବିଧା ପ୍ରଦାନ କରୁଛି ଏବଂ ଏହି ସମସ୍ତ ସେବାରେ ଭିନ୍ନ ଭିନ୍ନ ସୁଧ ମଧ୍ୟ ଦେଉଛି। ବର୍ତ୍ତମାନ ପୋଷ୍ଟ ଅଫିସ ବ୍ୟାଙ୍କ ଭଳି ଏଟିଏମ୍‌ କାର୍ଡ ମଧ୍ୟ ଯୋଗାଇଦେଉଛି। ତେବେ ପୋଷ୍ଟ ଅଫିସ୍‌ ଏଟିଏମ୍‌ରେ ଟଙ୍କା ଉଠାଣ ପାଇଁ କେତେକ ଲିମିଟ୍‌ ରହିଛି। indiapost.gov.in  ୱେବ୍‌ସାଇଟ୍‌ ମୁତାବକ, ଭାରତୀୟ ଡାକ ସେଭିଂ ଆକାଉଣ୍ଟରେ ଟଙ୍କା ଜମା କଲେ ୪ ପ୍ରତିଶତ ସୁଧ ଦେଉଛି।

ପୋଷ୍ଟ ଅଫିସ ଏଟିଏମ୍‌ କାର୍ଡ ବିଷୟରେ କେତେକ ଜରୁରୀ କଥା:

  • ପୋଷ୍ଟ ଅଫିସ ଏଟିଏମ୍‌ କାର୍ଡ ମାଧ୍ୟମରେ ପ୍ରତିଦିନ ୨୫ ହଜାର ଟଙ୍କା ଉଠାଇବାକୁ ମଞ୍ଜୁରୀ ଦେଇଛି।
  • ପୋଷ୍ଟ ଅଫିସର ଏଟିଏମ୍‌ କାର୍ଡରେ ଏକକାଳୀନ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଯାଇପାରିବ।
  • ଭାରତୀୟ ଡାକ ସମସ୍ତ ପୋଷ୍ଟ ଅଫିସ ଏଟିଏମ୍‌ରେ ମାଗଣା ଟ୍ରାନ୍‌ଜାକ୍‌ସନ୍‌ର ସୁବିଧା ଯୋଗାଉଛି।
  • ପୋଷ୍ଟ ଅଫିିିିସ ଏଟିଏମ୍‌ରେ ଗ୍ରାହକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ମଧ୍ୟ ଟଙ୍କା ଉଠାଇପାରିବେ।
  • ମେଟ୍ରୋ ସହରରେ ପୋଷ୍ଟ ଅଫିସ ଏଟିଏମ୍‌ ବ୍ୟବହାର କରି ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ମାତ୍ର ୩ ଥର ମାଗଣାରେ ଟଙ୍କା ଉଠାଣ କରିପାରିବେ।

ଏହାସହ ପଢ଼ନ୍ତୁ: ଇସ୍ରୋ ଆଣିଦେଇଛି ସରକାରୀ ଚାକିରି କରିବାର ସୁଯୋଗ, ଆସିଷ୍ଟାଣ୍ଟ ପଦବୀ ପାଇଁ ଆଜି ହିଁ କରନ୍ତୁ ଆବେଦନ

  • ମେଟ୍ରୋ ସହର ବ୍ୟତୀତ ଅନ୍ୟ ଛୋଟ ସହରରେ ପୋଷ୍ଟ ଏଟିଏମ୍‌ ବ୍ୟବହାର କରି ଅନ୍ୟ ବ୍ୟାଙ୍କରୁ ସର୍ବାଧିକ ୫ଥର ମାଗଣାରେ ଟଙ୍କା ଉଠାଇପାରିବେ।
  • ଅନ୍ୟ ବ୍ୟାଙ୍କରେ ଫ୍ରି ଟ୍ରାନ୍‌ଜାକସନ୍‌ ସୀମା ଶେଷ ହେବା ପରେ ସମସ୍ତ ଫାଇନାନ୍ସିଆଲ ଟ୍ରାନ୍‌ଜାକସନ୍‌ରେ ଅତ୍ୟଧିକ ୨୦ ଟଙ୍କା ଜିଏସ୍‌ଟି ଚାର୍ଜ ଲାଗିବ।
  • ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ମାଗଣା ଟ୍ରାନ୍‌ଜାକସନ୍‌ର ସୀମା ଶେଷ ହେବା ପରେ ସମସ୍ତ ନନ୍‌ ଫାଇନାନ୍ସିଆଲ ଟ୍ରାନ୍‌ଜାକସନ୍‌ରେ ପ୍ରତି ଟଙ୍କା ଉଠାଣ ପାଇଁ ୮ଟଙ୍କା ସହ ଜିଏସ୍‌ଟି ଲାଗିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.