Below header

କୋଟିପତି ପ୍ରଧାନମନ୍ତ୍ରୀ ହେଲେ ହାତରେ ମାତ୍ର ୫୦ହଜାର ନଗଦ ! ଜାଣନ୍ତୁ କେଉଁଠି ଟଙ୍କା ନିବେଶ କରିଛନ୍ତି ମୋଦି

ନିର୍ବାଚନୀ ଭାଷଣରେ ନିଜକୁ ଫକିର ବୋଲି କହି ସାରିଛନ୍ତି ମୋଦି । କିନ୍ତୁ କଣ ଆପଣ ଜାଣନ୍ତି ମୋଦିଙ୍କ ଏହି କଥା କେତେ ସତ । ପ୍ରକୃତରେ କେତେ ସମ୍ପତିର ମାଲିକ ଦେଶର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯାଳୟରୁ ସୋମବାର ମୋଦିଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇଥିଲା । ଯେଉଁଥିରୁ ଜଣାପଡିଛି ମୋଦିଙ୍କ ହାତରେ ରହିଛି ମାତ୍ର ୫୦ ହଜାର ନଗଦ । ଗତବର୍ଷ ମୋଦିଙ୍କ ହାତରେ ଥିଲା ପ୍ରାୟ ଦେଢ ଲକ୍ଷ । ତେବେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ଯ ହେଉଛି ପ୍ରାୟ ୨.୨୮ କୋଟି ଟଙ୍କା । ହେଲେ ମୋଦି ଅନେକ ସ୍ଥାନରେ ଟଙ୍କା ନିବେଶ କରିଛନ୍ତି । ସୁରକ୍ଷିତ ନିବେଶ ଉପରେ ଅଧିକ ବିଶ୍ବାସ କରନ୍ତି ମୋଦି । ଏବେ ଜାଣନ୍ତୁ କେଉଁଠି କେଉଁଠି ନିବେଶ କରିଛନ୍ତି ମୋଦି ।

ବ୍ଯାଙ୍କରେ ଜମା 

bank ମୋଦିଙ୍କ ଏଫଡି ଏବଂ ସେଭିଙ୍ଗ୍ସ ଆକାଉଂଟରେ ରହିଛି ୧୧,୨୯,୬୯୦ ଟଙ୍କା । ବ୍ଯାଙ୍କ୍ ବ୍ଯତୀତ ବଣ୍ଡରେ ମଧ୍ୟ ନିବେଶ କରିଛନ୍ତି ମୋଦି ।

ବଣ୍ଡ୍ସ 

bondପ୍ରଧାନମନ୍ତ୍ରୀ ମୋଦି ଏଲଆଣ୍ଡଟି ଇନଫ୍ରାଷ୍ଟକ୍ଚର ବଣ୍ଡରେ ନିବେଶ କରିଛନ୍ତି । ଟ୍ଯାକ୍ସ ସେଭିଙ୍ଗ୍ସ ବଣ୍ଡରେ ମୋଦି ୨୦ହଜାର ଟଙ୍କା ନିବେଶ କରିଛନ୍ତି । ଏହି ନିବେଶ ସେ ୨୫ ଜାନୁଆରୀ ୨୦୧୨ରେ କରିଥିଲେ ।

NSC 

ନ୍ଯାସନାଲ୍ ସେଭିଙ୍ଗ୍ସ ସାର୍ଟିଫିକେଟରେ ମଧ୍ୟ ନିବେଶ କରିଛନ୍ତି ମୋଦି । ସୂଚନା ମୂତାବକ, ୩୧ ମାର୍ଚ୍ଚ ୨୦୧୮ରେ ମୋଦି ୫,୧୮,୨୩୫ ଟଙ୍କା ନିବେଶ କରିଛନ୍ତି ।

ଏଲଆଇସି

licଜଣେ ସାଧାରଣ ଭାରତୀୟ ପରି ମୋଦି ଏଲଆଇସି ଉପରେ ଭରସା ଦେଖାଇଛନ୍ତି । ସେ LIC ପଲିସିରେ ୧,୫୯,୨୮୧ ଟଙ୍କା ନିବେଶ କରିଛନ୍ତି ।

ସୁନା ଉପରେ ମଧ୍ୟ ଜତାଇଛନ୍ତି ଭରସା 

gold jewelleryପ୍ରଧାନମନ୍ତ୍ରୀ ସୁନାରେ ୧,୩୮୦୬୦ ନିବେଶ କରିଛନ୍ତି । ସେ ୪ଟି ସୁନାର ମୁଦି କିଣିଛନ୍ତି ଯାହାର ଓଜନ ହେବ ପ୍ରାୟ ୪୫ ଗ୍ରାମ୍ । ୧୦ ଗ୍ରାମ୍ ପ୍ରତି ୩୦୬୮୦ ଟଙ୍କା ହିସାବରେ ସେ ଏହି ସୁନା କିଣିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଦେଖି ସ୍ପଷ୍ଟ ଯେ ସେ ସୁରକ୍ଷିତ ନିବେଶ ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ତେବେ ସେୟାର୍ ବଜାରରେ ସିଧା ନିବେଶଠାରୁ ନିଜକୁ ଦୂରରେ ରଖିଛନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.