୧୦ମ ପାସଙ୍କ ପାଇଁ ବମ୍ପର ନିଯୁକ୍ତି, : ବିନା ପରୀକ୍ଷାରେ କରନ୍ତୁ ଏହି ସରକାରୀ ଚାକିରି, ଜଲଦି କରନ୍ତୁ ଆବେଦନ

୧୦ମ ପାସ୍ କରିଛନ୍ତି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି। ପଞ୍ଜାବ ଷ୍ଟେଟ ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ(PSTCL) ଖାଲିପଡିଛି ପଦବୀ। ଏଠାରେ ଆସିଷ୍ଟାଣ୍ଟ ସବ ଷ୍ଟେସନ ଆଟେଣ୍ଟାଣ୍ଟ ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଏହି ପଦବୀ ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି ତେବେ PSTCL ଅଧିକାରକ ୱେବସାଇଟକୁ ଯାଇ pstcl.org କୁ ଯାଇ ୨୬ ମାର୍ଚ୍ଚ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୫୦

ଅଧିକ ଜାଣିବା ପାଇଁ https://pstclrecruitment.pspcl.in/?AspxAutoDetectCookieSupport=1 ଏଠାରେ କ୍ଲିକ କରନ୍ତୁ।
ଅଫିସିଆଲ ନୋଟିଫିକେସନ ଜାଣିବା ପାଇଁ https://pstcl.org/PDF/rec/2017_O/2021030115383515.pdf କ୍ଲିକ କରନ୍ତୁ।

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୬ ମାର୍ଚ୍ଚ ରହିଛି।

ଆବେଦନ ଶୁଳ୍କ: ଏସସି/EWS ୧୬୦ ଟଙ୍କା, PWD : ୨୦୦ ଟଙ୍କା, ଅନ୍ଯାନ୍ଯ ୪୦୦ ଟଙ୍କା ରହିଛି।

job

ଶିକ୍ଷାଗତ ଯୋଗ୍ଯତା : ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ଇଲେକ୍ଟ୍ରିସିଆନ/ ୱେୟାରମ୍ଯାନ ଟ୍ରେଡରେ ମାଟ୍ରିକ୍ଯୁଲେସନ ଏହା ସମକକ୍ଷ ସ୍ତରରେ ଏବଂ ଫୁଲ ଟାଇମ ରେଗୁରାଲ ଆଇଟିଆଇ ପାସ୍ କରିଥିବା ଆବଶ୍ଯକ। ଏହାସହିତ ପ୍ରାର୍ଥୀଙ୍କର ପଞ୍ଜାବୀ ଜ୍ଞାନ ରହିଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ରୁ ୩୭ ବର୍ଷ ହୋଇଥିବା ଆବଶ୍ଯକ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଆଇଟିଆଇ ମାର୍କ ଅନୁଯାୟୀ ହେବ। ଏଥିରେ କୌଣସି ସାକ୍ଷାତକାର କିମ୍ବା ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ।