ରଣବୀର କପୁରଙ୍କୁ କରୋନା, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ମା’ ନୀତୁ

ରଣବୀର କପୁରଙ୍କୁ କରୋନା। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏ ନେଇ ରଣବୀରଙ୍କ ମା’ ନୀତୁ କପୁର ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନୀତୁ ସୂଚନା ଦେଇଛନ୍ତି ଯେ ରଣବୀରଙ୍କୁ କରୋନା ହୋଇଛି।

ନୀତୁ କପୁର ରଣବୀର କପୁରଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ଆପଣ ସମସ୍ତଙ୍କ ଚିନ୍ତା ଓ ଶୁଭକାମନା ପାଇଁ ଧନ୍ୟବାଦ। ରଣବୀରଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ୍‌ ଆସିଛି। ସେ ଏଥିପାଇଁ ଔଷଧ ନେଉଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ଏବେ ରଣବୀର ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ଓ କରୋନାର ସମସ୍ତ ଗାଇଡ୍‌ଲାଇନ୍‌ ମଧ୍ୟ ପାଳନ କରୁଛନ୍ତି।

 

View this post on Instagram

 

A post shared by neetu Kapoor. Fightingfyt (@neetu54)

ସୂଚନାଯୋଗ୍ୟ ଯେ ଗତବର୍ଷ ଡିସେମ୍ବରରେ ଚଣ୍ଡୀଗଡ଼ରେ ଫିଲ୍ମ ‘ଜୁଗ୍‌ଜୁଗ୍‌ ଜିଓ’ର ସୁଟିଂ ବେଳେ ନୀତୁ କପୁର ମଧ୍ୟ କରୋନା ଭାଇରସ୍‌ ପଜିଟିଭ୍‌ ହୋଇଥିଲେ। ଏନେଇ ଜଣାପଡ଼ିବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଅଣାଯାଇଥିଲା। ପରେ ସେ ସୁସ୍ଥ ହୋଇଥିଲେ।