ପ୍ରତିଦିନ ୨୦ଟଙ୍କା ରଖିଲେ ହେବେ କୋଟିପତି, ମ୍ୟୁଚୁଆଲ ଫଣ୍ଡରେ ହେଉଛି ସମ୍ଭବ

କେନ୍ୟୁଜ ଓଡିଶା : ଆପଣ ପ୍ରିତିଦିନ ୨୦ଟଙ୍କା ଯୋଡି କୋଟିପତି ହୋଇପାରିବେ। ଖାଲି କୋଟିପତି ନୁହନ୍ତି ପ୍ରତିଦିନ ୨୦ଟଙ୍କା ଯଦି ଆପଣ ନିବେଶ କରୁଛନ୍ତି ତେବେ ୧୦କୋଟି ଯୋଡିପାରିବେ । ଏହା ସମ୍ଭବ କେବଳ ଯଦି ଆପଣ ନିଜକୁ ନିବେଶ ଦିଗରେ ଆଗକୁ ବଢାଉଛନ୍ତି ତ । ଆସନ୍ତୁ ଏବେ ଜାଣିବା କେମିତି ୨୦ ଟଙ୍କା ଯୋଡି କୋଟିପତି ହୋଇପାରିବେ । ମ୍ୟୁଚୁଆଲ ଫଣ୍ଡ ବିଷୟରେ ତ ଆପଣ ଜାଣିଥିବେ । ଏଥିରେ ପ୍ରତି ମାସରେ ନିବେଶର ସୁବିଧା ମିଳିଥାଏ । ଆପଣ ଏସଆଇପି ଦ୍ୱାରା ପ୍ରତିମାସରେ ମ୍ୟୁଚୁଆଲ ଫଣ୍ଡରେ ଅତି କମରେ ୫୦୦ ଟଙ୍କା ନିବେଶ କରିପାରିବେ । ମ୍ୟୁଚୁଆଲ ଫଣ୍ଡ ପାଖାପାଖି ଏହି ୨୫ବର୍ଷ ଭିତରେ ଶାନଦାର ରିଟର୍ଣ୍ଣ ଦେଉଛି । କିଛି ଫଣ୍ଡ ତ ୨୦ପ୍ରତିଶତ ଯାଏଁ ରିଟର୍ଣ୍ଣ ଦେଉଛି ।

ଯଦି କୌଣସି ୨୦ବର୍ଷର ଯୁବକ ପ୍ରତିଦିନ ୨୦ଟଙ୍କା ବଞ୍ଚାଉଛି । ମାସକ ଭିତରେ ଏହି ରାଶି ୬୦୦ ହେଉଛି । ଏହାପରେ ଏହି ରାଶିକୁ ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ ଅର୍ଥାତ ଏସଆଇପି କରିବ । ନିବେଶକୁ ୪୦ବର୍ଷ ଯାଏଁ ଜାରି ରଖିବାକୁ ହେବ । ଅର୍ଥାତ ୪୦ବର୍ଷ ଯାଏଁ ପ୍ରତିମାସରେ ୬୦୦ଟଙ୍କା ନିବେଶ କରିବାକୁ ହେବ । ଏହି ନିବେଶ ଉପରେ ହାରାହାରି ୧୫ପ୍ରତିଶତରେ ୪୦ବର୍ଷ ପରେ ଆପଣଙ୍କୁ ପାଖାପାଖି ୧.୮୮କୋଟି ମିଳିବ । ଏହି ୪୦ବର୍ଷ ଭିତରେ ଆପଣଙ୍କୁ ୨,୮୮,୦୦ ଟଙ୍କା ନିବେଶ କରିବାକୁ ହେବ । ଏଠି ଯଦି ୬୦୦ଟଙ୍କା ମାସର ଏସଆଇପିରେ ୨୦ ପ୍ରତିଶତ ରିଟର୍ଣ୍ଣ ମିଳୁଛି ତ ୪୦ବର୍ଷ ପରେ ଫୁଲ ୧୦.୨୧ କୋଟି ଟଙ୍କା ଜମା ହୋଇଯିବ ।

ଏହାଛଡା ଯଦି ୨୦ବର୍ଷର ଯୁବକ ପ୍ରତିବର୍ଷ ୩୦ଟଙ୍କା ବଞ୍ଚାଉଛି ଯାହା ମାସକୁ ୯୦୦ ଟଙ୍କା ହେଉଛି । ଏହି ରକମକୁ ଏସଆଇପି ଦ୍ୱାରା କେଉଁ ଜାଇଭର୍ସିଫାଏଡ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଲେ ତେବେ ଏହି ନିବେଶ ଉପରେ ୪୦ବର୍ଷ ପରେ ହାରାହାରି ୧୨ପ୍ରତିଶତ ରିଟର୍ଣ୍ଣ ହିସାବରେ ୧.୦୭ କୋଟି ଟଙ୍କା ମିଳିବ । ଆଉ ଏହାରି ଭିତରେ ୪,୩୨,୦୦୦ଟଙ୍କାର ନିବେଶ କରିବାକୁ ହେବ ।
ଦୀର୍ଘକାଳୀନ ବିନିଯୋଗରେ ଏମିତି ଭାବରେ ସୁଧ, କ୍ଷୁଦ୍ର ବିନିଯୋଗକୁ ବଡ କରିଥାଏ । କିନ୍ତୁ ବଡ କଥା ଯେକୌଣସି ସ୍ଥାନରେ ବିନିଯୋଗ କରିବା ପୂର୍ବରୁ ଆର୍ଥିକ ପରାମର୍ଶଦାତାଙ୍କ ସାହାଯ୍ୟ ନେବା ଆବଶ୍ୟକ ।

Leave A Reply

Your email address will not be published.