ଦିନିକିଆ ଦାୟିତ୍ୱ ନେବା ପରେ ବିରାଟଙ୍କୁ ନେଇ ବଡ ବୟାନ ଦେଲେ ରୋହିତ ଶର୍ମା

ସାଉଥ ଆଫ୍ରିକା ଟୁର ପୂର୍ବରୁ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦେଇଛି। ଯାହା ପରେ କ୍ରିକେଟ ଜଗତରେ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ବିରାଟଙ୍କୁ ହଟାଇ ହଠାତ୍‌ ରୋହିତ ଶର୍ମାଙ୍କୁ ଦିନିକିଆ ମ୍ୟାଚର ଅଧିନାୟକ ଦାୟିତ୍ୱ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୨୦୨୧ ଟି-୨୦ ବିଶ୍ୱକପରେ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିଦେଇଥିଲେ। ଏହା ପରେ ବିସିସିଆଇ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦବୀରେ ବିରାଟଙ୍କୁ ହଟାଇଛି।

ଦିନିକିଆ ଅଧିନାୟକକୁ ନେଇ ଜାରି ବିତର୍କ ମଧ୍ୟରେ ନୂଆ ଦାୟିତ୍ୱ ନେଇଥିବା ଅଧିନାୟକ ରୋହିତ ଶର୍ମା ବିସିସିଆଇକୁ ଏକ ସ୍ଵତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଏହାର ଭିଡିଓକୁ ବିସିସିଆଇ ଟ୍ଵିଟରରେ ସେୟାର କରିଛି। ରୋହିତ କହିଛନ୍ତି, ଲୋକେ କଣ କହୁଛନ୍ତି, ସେଥିରେ ତାଙ୍କୁ କୌଣସି ଫରକ ପଡେ ନାହିଁ। ରୋହିତଙ୍କ ମତରେ ଦଳର ପୂରା ଫୋକସ୍ ଲକ୍ଷ୍ୟ ହାସଲ କରିବା ଉପରେ ରହିବା ଉଚିତ୍। ବିରାଟ କୋହଲି ୫ ବର୍ଷ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ କରି ପ୍ରତ୍ୟେକ ମ୍ୟାଚରେ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିଛନ୍ତି। ବିରାଟଙ୍କ ସହିତ ଖେଳିବା ମୋ ପାଇଁ ବହୁତ ଭଲ ଅନୁଭବ। ଆମେ ପଡିଆରେ ସାଥି ହୋଇ ଖେଳିଛୁ ଆଉ ସବୁ ସମୟର ମଜା ନେଉଛି। ଏବେ ମଧ୍ୟ ଆମେ ସେମିତି କରିବୁ। ଲୋକ କ’ଣ କହୁଛନ୍ତି, ତା’ ଆମ ଉପରେ କିଛି ଫରକ ପକାଇବ ନାହିଁ।

ଡ୍ରେସିଂ ରୁମରେ ଭଲ ମାହୋଲ ରହିବା ସହିତ ଖେଳାଳିଙ୍କ ମଧ୍ୟ ଉତ୍ତମ ବୁଝାମଣା ରହିବା ଦରକାର। ଲୋକେ ଆପଣଙ୍କ ବିଷୟରେ ସକରାତ୍ମକ ଏବଂ ନକରାତ୍ମକ କଥା କହିବେ। ବ୍ୟକ୍ତିଗତ ଭାବେ ଜଣେ କ୍ରିକେଟ୍ ହୋଇଥିବାରୁ ନିଜ କାମ ଉପରେ ଫୋକସ୍ କରିବା ସବୁଠୁ ମହତ୍ଵପୂର୍ଣ୍ଣ। ଲୋକେ କଣ କହୁଛନ୍ତି ତା ଉପରେ ଫୋକସ୍ କରିବାର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୧୦ଟି ଦିନିକିଆରେ ଭାରତର ନେତୃତ୍ଵ ନେଇ ସାରିଛନ୍ତି। ଏଥିରୁ ଦଳ ୮ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜିତ ହୋଇଛି। ରୋହିତଙ୍କ ନେତୃତ୍ଵରେ ଭାରତ ୨୦୧୮ରେ ୟୁଏଇରେ ଆୟୋଜିତ ଏସିଆ କପ୍ ଟାଇଟଲ୍ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.