ରେଳ ବିଭାଗରେ ବମ୍ପର ନିଯୁକ୍ତି: ବିନା ପରୀକ୍ଷାରେ ମିଳିବ ଚାକିରି, ଦରମା ୩୫ ହଜାର

ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କୋଙ୍କଣ ରେଲୱେ କର୍ପୋରେସନ୍‌ ଲିମିଟେଡ୍‌ରେ ଖାଲି ପଡ଼ିଛି ଅନେକ ପଦବୀ। କୋଙ୍କଣ ରେଲୱେ କର୍ପୋରେସନ୍‌ ଲିମିଟେଡ୍‌କୁ ଜମ୍ମୁ-କଶ୍ମୀରରେ ସଞ୍ଚାଳିତ ହେବାକୁ ଥିବା ୟୁଏସ୍‌ବିଆରଏଲ୍‌ ପ୍ରୋଜେକ୍ଟ ପାଇଁ ଟେକ୍ନିକାଲ ଆସିଷ୍ଟାଣ୍ଟ ଆବଶ୍ୟକ। ଏଥିପାଇଁ କୋଙ୍କଣ ରେଲୱେ ପକ୍ଷରୁ ନୋଟିଫିକେସନ୍‌ ଜାରି କରାଯାଇଛି।

ଟେକ୍ନିକାଲ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏହି ନିଯୁକ୍ତି ସହ ଜଡ଼ିତ ସମସ୍ତ ସୂଚନା ରେଲୱେ ୱେବ୍‌ସାଇଟ୍‌ konkanrailway.com ରେ ଦିଆଯାଇଛି।

ବୟସ ସୀମା:

ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ-୩୦ ବର୍ଷ
ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ-୨୫ ବର୍ଷ

ଦରମା:

ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ- ମାସିକ ୩୫ ହଜାର
ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ- ମାସିକ ୩୦ ହଜାର

ଶିକ୍ଷାଗତ ଯୋଗ୍ୟତା:

ସିନିୟର ଓ ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ପାଇଁ ବିଇ/ବିଟେକ୍‌ ସିଭିଲ ଡିଗ୍ରୀ ସହ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।

ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ ତାରିଖ:

ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ-୨୦ରୁ ୨୨ ସେପ୍ଟେମ୍ବର ଯାଏଁ ସକାଳ ୯.୩୦ରୁ ଅପରାହ୍ନ ୧.୩୦ ଯାଏଁ
ଜୁନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ- ୩ରୁ ୨୫ ସେପ୍ଟେମ୍ବର ସକାଳ ୯.୩୦ରୁ ଅପରାହ୍ନ ୧.୩୦ ଯାଏଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.