ସୁନ୍ଦର ଓ ଆକର୍ଷଣୀୟ ନଖ ପାଇବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ପ୍ରାୟ ସବୁ ଝିଅଙ୍କ ଲମ୍ବା ଓ ସୁନ୍ଦର ନଖ ପ୍ରତି ଏକ ପ୍ରକାର ଦୁର୍ବଳତା ଥାଏ । କିନ୍ତୁ ବିଭିନ୍ନ କାରଣରୁ ଅନେକେ ନିଜ ନଖର ଯତ୍ନ ଠିକ ଭାବରେ ନେଇ ପାରନ୍ତି ନାହିଁ । ଫଳରେ ଧୀରେ ଧୀରେ ନଖ ଦୁର୍ବଳ ହେବା ସହ ଭାଙ୍ଗିଯାଏ । ଅନେକଙ୍କର ତ ନଖ ହଳଦିଆ ବି ପଡ଼ିଯାଏ । ଆଉ ଏମିତି ହେବା ଦ୍ୱାରା ନଖ ତାର ପ୍ରକୃତ ସୌନ୍ଦର୍ଯ୍ୟ ହରାଇବା ସହିତ ଲୁକ ବି ବିଗିଡିଯାଏ । କିନ୍ତୁ ଚାହିଁଲେ ଖୁବ ସହଜର ଆଉ ଖୁବ କମ ସମୟରେ ଆପଣ ନିଜ ନଖର ଯତ୍ନ ଠିକ ଭାବରେ ନେଇପାରିବେ ଆଉ ନିଜ ହାତ ଓ ପାଦର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିପାରିବେ । ଆସନ୍ତୁ ଆଜି ସେ ବିଷୟରେ ଜାଣିବା:

ଠିକ ସମୟ ବ୍ୟବଧାନରେ ନଖ କାଟନ୍ତୁ:

ଠିକ ଭାବରେ କଟା ଯାଇନଥିବା ବା ତେଢ଼ାମେଢା ନଖ ହାତର ସୌନ୍ଦଯ୍ୟକୁ ବିଗାଡ଼ିଥାଏ । ଖାଲି ସେତିକି ନୁହେଁ ନଖ ମୂଳରୁ ବି ଦୁର୍ବଳ ହୋଇଯାଏ । ତେଣୁ ପ୍ରତି ସପ୍ତାହ କିମ୍ବା ୧୫ ଦିନ ବ୍ୟବଧାନରେ ନଖ କାଟନ୍ତୁ । ଉଚିତ ବ୍ୟବଧାନରେ ହାତ ସଫା ରଖିବାକୁ ଚେଷ୍ଟା କରନ୍ତୁ ।

ମେନିକିଓର କରାନ୍ତୁ:

ନଖର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମେନିକିଓର କରାନ୍ତୁ । ଯାହାଦ୍ୱାରା ଡେଡ ସ୍କିନ ସଫା ହେବା ସହ ଏକ ଚମକ ଆସିବ । ଆଉ ତ୍ୱଚାକୁ ମଧ୍ୟ ପୋଷଣ ମିଳିପାରିବ ।

nails new

image credit: Amar Ujala

ପ୍ରତିଦିନର ଡାଏଟ ଉପରେ ରଖନ୍ତୁ ନଜର;

ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ କାରଣରୁ ନଖ ଭାଙ୍ଗିଯାଏ । ତେଣୁ ନିଜ ପ୍ରତିଦିନର ଡାଏଟରେ ସବୁଜ ପନିପରିବା, ତାଜା ଫଳ, ସିଝା ଅଣ୍ଡା, ଦଳିଆ, ଡ୍ରାଏ ଫ୍ରୁଟସ ଆଦିକୁ ନିହାତି ସାମିଲ କରିବା ଉଚିତ । ଏଥିରେ ସମସ୍ତ ଜରୁରୀ ତତ୍ତ୍ୱ ସହିତ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ ।

ତେଲ ମାଲିସ:

ନଖକୁ ଚିକ୍କଣ ତଥା ମଜବୁତ କରିବା ପାଇଁ ନିୟମିତ ବ୍ୟବଧାନରେ ତେଲ ମାଲିସ କରନ୍ତୁ । ଏଥିପାଇଁ ଆପଣ ନଡ଼ିଆ, ବାଦାମ, ଅଲିଭ ଅଏଲକୁ ହାଲୁକା ଗରମ କରି ବ୍ୟବହାର କରିପାରିବେ । ହାଲୁକା ହାତରେ ୫ ରୁ ୧୦ ମିନିଟ ମସାଜ କରନ୍ତୁ । ଏହାଦ୍ୱାରା ନଖକୁ ପୋଷକ ତତ୍ତ୍ୱ ମିଳିଥାଏ ।

ରସୁଣ ଓ ଲୁଣ ବ୍ୟବହାର କରନ୍ତୁ;

ନଖ ବଢ଼ାଇବା ପାଇଁ ଆପଣ ରସୁଣ ତଥା ତେଲର ବ୍ୟବହାର କରିପାରିବେ । ୧ ରୁ ୨ ଟି ରସୁଣର ଚୋପା ଛଡ଼ାଇ ତାକୁ ନଖରେ ରଗଡି ଦିଅନ୍ତୁ । ଗୋଟେ ପାତ୍ରରେ ୧ ଲିଟର ପାଣି ଗରମ କରି ସେଥିରେ କିଛି ଲୁଣ ଦିଅନ୍ତୁ । ହାତକୁ ପାଣିରେ ବୁଡାଇ ତା ଉପରେ ଗ୍ଲିସେରିନ ଲଗାନ୍ତୁ । ଏହା ଦ୍ୱାରା ନଖ ମୂଳରୁ ସଫା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.