କୃଷକଙ୍କ ଖାତାରେ ଜମା କରାଯାଇଛି ୧,୫୦୦ କୋଟି ଟଙ୍କା, ଜାଣନ୍ତୁ କେମିତି ଏଥିରୁ ଉଠାଇପାରିବେ ଲାଭ

ନିକଟରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥୀ ଅବସରରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ରାଜୀବ ଗାନ୍ଧୀ ‘କିସାନ ନ୍ୟାୟ ଯୋଜନା’ ଆରମ୍ଭ କରାଯାଇଛି। ଯାହାର ପ୍ରଥମ କିସ୍ତି ୧୮,୦୦୦ ରୁ ଅଧିକ କୃଷକଙ୍କ ଖାତାରେ ୧୫୦୦ କୋଟି ଟଙ୍କା ଜମା କରାଯାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ୧୪ ପ୍ରକାର ଫସଲ କରୁଥିବା କୃଷକଙ୍କୁ ଲାଭାନ୍ନିତ କରିବା। ଏହି ଯୋଜନା ଅନ୍ତର୍ଗତ କୃଷକଙ୍କୁ ୫, ୭୫୦ କୋଟି ଟଙ୍କାର ସାହାଯ୍ୟ ଦିଆଯାଉଛି।

ରାଜୀବ ଗାନ୍ଧୀ କିସାନ ନ୍ୟାୟ ଯୋଜନା ଅନୁଯାୟୀ ଖରିଫ ଫସଲ ସିଜନ ୨୦୧୯ରେ ଜମିରେ ପଞ୍ଜିକୃତ ଆଧାରରେ ଧାନ, ମକ୍କା ଏବଂ ଆଖୁ ଭଳି ଫସଲ ପାଇଁ କୃଷି ସହାୟତା ଅନୁଦାନ ରୂପରେ କୃଷକଙ୍କ ବ୍ୟାଙ୍କ ଖାତାରେ ୧୦,୦୦୦ ଟଙ୍କା ପ୍ରତି ଏକର ଜମା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.