ଟ୍ଵିଟରର ନୂଆ ଫିଚର, ୟୁଜରଙ୍କ ବିନା ଅନୁମତିରେ ଆଉ ଦେଇପାରିବେନି କମେଣ୍ଟ

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟର ଖୁବ୍‌ଶୀଘ୍ର ଏକ ନୂଆ ଫିଚର ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫିଚରରେ ୟୁଜର ନିଜେ ଚୟନ କରିପାରିବେ କିଏ ତାଙ୍କ ଟ୍ଵିଟ୍‌ର ରିପ୍ଲାଏ ଦେବେ। ଏହି ଫିଚର ଉପରେ ଟିମ୍‌ ଏବେ ଟେଷ୍ଟିଂ କରୁଛି ବୋଲି ଟ୍ଵିଟର କହିଛି। ଏହି ଫିଚର ଆସିବା ପରେ ଆପଣଙ୍କ ଟ୍ଵିଟ୍‌କୁ ଅନ୍ୟ ୟୁଜର ରିଟ୍ଵିଟ୍‌ ଓ ଲାଇକ୍‌ କରିପାରିବେ। କିନ୍ତୁ ଯଦି ଆପଣ ଏହାର ସେଟିଂରେ କେତେକ ପରିବର୍ତ୍ତନ କରିବେ ତେବେ କେହି ଆପଣଙ୍କ ଟ୍ଵିଟ୍‌ରେ ରିପ୍ଲାଏ ଦେଇପାରିବେ ନାହିଁ। କୁହାଯାଉଛି ଯେ ସେଲିବ୍ରିଟିଙ୍କୁ ଏହି ଫିଚର ଆସିବା ପରେ ସବୁଠାରୁ ଅଧିକ ଲାଭ ମିଳିବ।

Twitter обязала сотрудников работать дома из-за коронавируса - СБУ.ua

ଟ୍ଵିଟରରେ ସେଲିବ୍ରିଟିଙ୍କ ଟ୍ଵିଟ୍‌କୁ ୟୁଜରମାନେ ପ୍ରାୟତଃ ଟ୍ରୋଲ କରି ରିପ୍ଲାଏ କରିଥାନ୍ତି। ବେଳେବେଳେ ରିପ୍ଲାଏରେ ଅଭଦ୍ର ତଥା ଅଶ୍ଳୀଳ କମେଣ୍ଟ କରିଥାନ୍ତି। ଏହି ଫିଚର ଆସିବା ପରେ ସେସବୁ ବନ୍ଦ ହେବ ବୋଲି ଟ୍ଵିଟର ପକ୍ଷରୁ କୁହାଯାଇଛି। ଏବେ ଟେଷ୍ଟ କରଯାଉଛି, ଖୁବ୍‌ଶୀଘ୍ର ଏହା ୟୁଜରଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜଣାଯାଇଛି।

COVID-19 Misinformation Tweets Being Removed By Twitter

ଏମିତି କାମ କରିବ ଏହି ଫିଚର:

  • ଟ୍ଵିଟରରେ ଟ୍ଵିଟ୍‌ କରିବା ବେଳେ “Everyone can reply” ଅପସନ୍‌ ମିଳିଥାଏ।
  • ଏହା ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କୁ ୩ଟି ଅପ୍‌ସନ୍‌ ଦେଖାଇବ। ପ୍ରଥମେ “everyone”, ଦ୍ୱିତୀୟରେ “people you follow” ଓ ତୃତୀୟରେ “Only people you mention”।
  • ଏଥିମଧ୍ୟରୁ ଆପଣଙ୍କୁ ଗୋଟିଏ ବାଛିବାକୁ ପଡ଼ିବ।
  • ଏଥିରେ ଆପଣ ଯାହାକୁ ଚୟନ କରିବେ କେବଳ ସେମାନେ ହିଁ ଆପଣଙ୍କ ପୋଷ୍ଟରେ ରିପ୍ଲାଏ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.