Below header

କରୋନା ହେବା ପରେ ଏଭଳି ଅବସ୍ଥା ହୋଇଗଲେ ଯୁବକ, ନିଜକୁ ଆଇନାରେ ଦେଖି ସମ୍ଭାଳି ପାରିଲେନି କୋହ

କାର୍ଲିଫର୍ନିଆର ମାଇକ ଶୁଲଜ ନାମକ ବ୍ୟକ୍ତି ନିଜର ଏକ ଫଟୋକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଶୁଲଜ କହିଥିଲେ, କିଛିଦିନ ତଳେ ସେ କରୋନା ଭାଇରସର ଶିକାର ହୋଇଯାଇଥିଲେ। ଏହାପରେ ତାଙ୍କ ଶରୀରରେ ଏକ ଅଜବ ପ୍ରକାରର ପରିବର୍ତ୍ତନ ଦେଖାଦେଇଛି। ଏହି ରୋଗ ଯୋଗୁ ତାଙ୍କର 20 କିଲୋ ଓଜନ କମ ହୋଇଯାଇଛି। ସେ 6 ସପ୍ତାହ ଧରି ଏହି ରୋଗ ସହିତ ଲଢୁଥିଲେ।

କହି ରଖୁଛୁ, ମାଇକ ନିଜର ଦୁଇଟି ଫଟୋକୁ ସୋସିଆଲ ମିଡିଆରେ ଏକାବେଳେ ସେୟାର କରିଥିଲେ। ଗୋଟିଏ ଫଟୋ ଆକ୍ରାନ୍ତ ହେବା ପୂର୍ବର ଏବଂ ଅନ୍ୟଟି ସୁସ୍ଥ ହେବା ପରର, ଯେଉଁଥିରେ ମାଇକଙ୍କ ଶରୀରରେ ହୋଇଥିବା ପରିବର୍ତ୍ତନ ସ୍ପଷ୍ଟ ଭାବେ ନଜର ଆସୁଛି। ମାଇକଙ୍କର ଇନଷ୍ଟାଗ୍ରାମରେ 30,000 ରୁ ଅଧିକ ଫଲୋଅର୍ସ ଅଛନ୍ତି।

5

ଫଟୋ ପୋଷ୍ଟ କରି ମାଇକ ଲେଖିଥିଲେ ଯେ ‘ରୋଗରେ ଆକ୍ରାନ୍ତ ହେବା ପୂର୍ବରୁ ମୋ ଓଜନ 86 କିଲୋ ଥିଲା। କିନ୍ତୁ 6 ସପ୍ତାହ ଧରି ରୋଗ ସହିତ ଲଢ଼ିବା ଭିତରେ 63 କିଲୋ ହୋଇଯାଇଛି। ହସ୍ପିଟାଲରେ ଛିଡା ହୋଇ ଫଟୋ ଉଠେଇବା ମୋର ବିଲକୁଲ ପସନ୍ଦ ନୁହେଁ। କିନ୍ତୁ ଏହି ଫଟୋ ଜରିଆରେ ଲୋକଙ୍କୁ ଏହି ମେସେଜ ଦେବାକୁ ଚାହୁଁଛି କି, ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। କାରଣ ଏହି ରୋଗ ଆପଣଙ୍କ ଭିତରକୁ ଯାଇ ଆପଣଙ୍କୁ ଦୁର୍ବଳ କରିଦେଇଥାଏ। 6 ସପ୍ତାହ ପରେ ଯେତେବେଳେ ମୁଁ ମୋ ଚେହେରାକୁ ଆଇନାରେ ଦେଖିଲି, ତ ଗୋଟିଏ ମୁହୂର୍ତ୍ତ ପାଇଁ ମୋ ଆଖିରେ ଲୁହ ଆସିଗଲା। ପୁଣିଥରେ ମୋ ଶରୀରକୁ ପୂର୍ବଭଳି କରିବାକୁ ଏକ୍ସରସାଇଜ ଓ ଜିମ କରୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.