Below header

ରାସନ ମିଳୁନଥିଲେ ଏପରି କରନ୍ତୁ ଅଭିଯୋଗ, ବିନା କୌଣସି ଚିନ୍ତାରେ ମିଳିବ ରାସନ ସାମଗ୍ରୀ

ବିପିଏଲ କ୍ୟାଟୋଗରୀରେ ଆସୁଥିବା ଲୋକଙ୍କ ପାଇଁ ରାସନ କାର୍ଡ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି କାର୍ଡରେ ଲୋକଙ୍କୁ ଶସ୍ତା ମୂଲ୍ୟରେ ରାସନ ଯୋଗାଇଦିଆଯାଏ। ନିକଟରେ ଲକଡାଉନ ପରେ ସରକାର ବଡ ସ୍ତରରେ ରାସନକାର୍ଡ ମାଧ୍ୟମରେ ଖାଦ୍ୟ ଦ୍ରବ୍ୟ ବିତରର କରୁଛନ୍ତି। ଏହାଛଡା ଅନେକ ସରକାର ଯୋଜନାର ଲାଭ ନେବା ପାଇଁ ମଧ୍ୟ ରାସନ କାର୍ଡ ବାଧ୍ୟତାମୂଳକ। ଏମିତିରେ ବହୁତ ଆବଶ୍ୟକ ହୋଇଥାଏ ଯେ ଏହି ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ସବୁ ସମୟରେ ଅପଡେଟ ହେଉଛି।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଅନେକ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସହାୟତା ମାନେ ରାସନ ମିଳିଥାଏ। କିନ୍ତୁ କିଛି ରାସନ ଦୋକାନୀ ଅଛନ୍ତି ଯେଉଁମାନେ ନିୟମକୁ ନମାନି ଗ୍ରାହକଙ୍କୁ ସେମାନଙ୍କ ରାସନ ଦେବାରେ ଅନେକ ଅବହେଳା ପ୍ରଦର୍ଶନ କରିଥାନ୍ତି। ଉଚିତ ଅନୁପାତରେ ରାସନ ଦେଇନଥାନ୍ତି। ଏମିିତିରେ ସାଧାରଣ ଲୋକ କରିବେ ବା କଣ? ଅଭିଯୋଗ ସାମ୍ନାରେ କଲେ ଯୁକ୍ତି ହେବ। ତାଠୁ ଭଲ ଆପଣ ଏହାର ଅଫିସିଆଲ େଓ୍ଵବସାଇଟରେ ସିଧା ସଳଖ ଅଭିଯୋଗ କରିପାରିବେ।

କରୋନା କାଳରେ ଲକଡାଉନ ପରେ ସରକାରଙ୍କ ତରଫରୁ ଗରିବ ସୀମା ରେଖା ତଳେ ଥିବା ଲୋକମାନଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା ଯୋଜନା ଆରମ୍ଭ ହୋଇଥିଲା। ସରକାର ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ନାମ ଦେଇଥିଲେ। ତେବେ ଗତ ଦିନରେ ଏହାକୁ ନେଇ କିଛି ନିୟମରେ ପରିବର୍ତ୍ତନ କରାଯାଇଛି।

ତେବେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣଙ୍କ ପାଖେ ରାସନ କାର୍ଡ ଥିବା ନିହାତି ଜରୁରୀ। ଆପଣ ଆଧାର କାର୍ଡ ଜରିଆରେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ। ଆଉ ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ଏହି ସୁବିଧା ମିଳିନାହିଁ। ତେବେ ଆପଣ ମଧ୍ୟ ଅଭିଯୋଗ କରିପାରିବେ। ଏଥିପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ପଡ଼ିବ ନାହିଁ। ଆପଣଏହାକୁ ଅନଲାଇନରେ କରିପାରିବେ।

ଯଦି ଆପଣ ଯୋଗ୍ୟ ହିତାଧିକାରୀ କିନ୍ତୁ ଏହାପରେ ବି ରାସନ ମିଳୁନାହିଁ ତେବେ ଆପଣ ଏହାର େଓ୍ଵବସାଇଟ ଓ ଇମେଲ ଜରିଆରେ ଏହାର ଅଭିଯୋଗ କରିପାରିବେ। ଏହା ବ୍ୟତିତ ହେଲ୍ପଲାଇନ ନମ୍ବର ମଧ୍ୟ ସାହାଯ୍ୟ ନେଇପାରିବେ। ଯଦି ମେଲ ଦେଉଛନ୍ତି ତେବେ ଏଥିରେ ରାସନ କାର୍ଡ ନମ୍ବର ସହ ରାସନ ଡିପୋ ର ସମସ୍ତ ତଥ୍ୟ ଯୋଡ଼ିବାକୁ ହେବ।

ଇମେଲରେ କରନ୍ତୁ ଏପରି ଅଭିଯୋଗ:

-ଇମେଲରେ ଅଭିଯୋଗ କରିବା ପାଇଁ ଆପଣ [email protected] ରେ ମେଲ ପଠାନ୍ତୁ । ତେବେ ଏହା କେବଳ ଦେଶର ରାଜଧାନୀ ଦିଲ୍ଲୀ ବାସୀଙ୍କ ପାଇଁ ଉପଯୁକ୍ତି।
-କିନ୍ତୁ ଯଦି ଆପଣ ଅନ୍ୟ ସ୍ଥାନରେ ରହୁଛନ୍ତି ତେବେ ଏହାର ଅଫିସିଆଲ େଓ୍ଵବସାଇଟ http://fs.delhigovt.nic.in ରେ ଅଭିଯୋଗ କରିପାରିବେ।

ତେବେ ଏହାବ୍ୟତିତ ଆପଣ ଟୋଲ ଫ୍ରି ନମ୍ବର ଅବା ଏହାର ଅଫିସ ଆଡ୍ରେସ କୁ ଯାଇ ସିଧା ଅଭିଯୋଗ କରିପାରିବେ। ଏଥିରେ ଆପଣ ନିଜ ନାମ ସହ ପିତାଙ୍କ ନାମ, ରାସନ କାର୍ଡ ସହ ଜଡ଼ିତ ସମସ୍ତ ତଥ୍ୟ ଓ ରାସନ ଡିପୋ ର ସୂଚନା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.