Below header

ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ, ଘୋଷଣା କଲା ନିର୍ବାଚନ ଆୟୋଗ

ରାଷ୍ଟ୍ରପତି ନିର୍ବାଚନ ଘୋଷଣା ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ଅଗଷ୍ଟ ୬ ତାରିଖରେ ନିର୍ବାଚନ ହେବ। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ସମାପ୍ତ ହେଉଛି।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୧୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ। ଅର୍ଥାତ୍‌ ନୋମିନେସନର ଶେଷ ତାରିଖ ରହିଛି ଜୁଲାଇ ୧୯। ଜୁଲାଇ ୨୦ରେ ପ୍ରାର୍ଥୀମାନଙ୍କର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଜୁଲାଇ ୨୨।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.