ଓଏନଜିସି ହେଲିକାପ୍ଟର ଦୁର୍ଘଟଣା , ଆଜି ଜନ୍ମମାଟିରେ ପହଞ୍ଚିବ ମୃତ ଓଡ଼ିଆ ଯୁବକଙ୍କର ମରଶରୀର

କାମାକ୍ଷାନଗର (କେନ୍ୟୁଜ) : ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଯୁବକ ରହିଥିବା ଜଣାପଡିଛି । ସେ ହେଉଛନ୍ତି ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ । ତାଙ୍କର ଗତବର୍ଷ ବାବାହ ହୋଇଥିଲା । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ତାଙ୍କ ମା ମାଲକାନଗିରି ରେ ଶିକ୍ଷୟତ୍ରୀ ଅଛନ୍ତି। ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ତିର୍ତୋଲ କଲେଜ ରେ ଜିୟୋଲିଜ୍ ପାଠ ସାରି ରାଉରକେଲା NIIT ରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ।

ଏହାସହ ୟୁପିଏସି ପାଠପଢି ଆଗକୁ ଆଇଏସ ହେବାକୁ ପ୍ରସ୍ତୁତି ଚଳାଇଥିଲେ । ୩ ବର୍ଷ ତଳେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ ।ଗତକାଲି ସକାଳ ୧୧ ଟା ସମୟରେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ହେଲିକାପ୍ଟର ଟି ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଓଏନ୍‌ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍‌ଜିସି କର୍ମଚାରୀ ଥିଲେ । ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍‌ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍‌ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା । ଆଜି ରାତି ସତ୍ୟମ୍ବଦ ଙ୍କ ପାର୍ଥିବ ଶରୀର ଭୁବନ ସ୍ଥିତ ବାସଭବନ ରେ ପହଞ୍ଚିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.