Below header

ଆରବିଆଇର ବଡ ଘୋଷଣା, ଏଣିକି ଅନଲାଇନରେ କରିପାରିବେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ହ୍ରାସ କଲାନାହିଁ କିନ୍ତୁ ସାଧାରଣ ଜଣତାଙ୍କ ଚିନ୍ତା ଏବଂ ଅର୍ଥବ୍ୟବସ୍ଥାରେ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଆରବିଆଇ ତିନୋଟି ବଡ ଘୋଷଣା କରିଛି। ଭାରତୀୟ ଗର୍ଭନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏବେ କୌଣସି ବି ବ୍ୟକ୍ତି କିମ୍ବା ବ୍ୟାଙ୍କ ଅଥବା ଏନବିଏଫସି କମ୍ପାନୀ କାହାକୁ ବି ଅନଲାଇନ୍ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେଇପାରିବେ।

ପୂର୍ବରୁ ଏହି ସୀମା ଗଣେ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ଥିଲା ସେହିପରି କମ୍ପାନୀ ପାଇଁ ୧୦ ଲକ୍ଷ ଟଙ୍କା ସୀମା ଥିଲା। ଏହି ସୁବିଧା କେବଳ ପିୟର ଟୁ ପିୟର ପ୍ଲାଟଫର୍ମରେ ମିଳିବ। ଲୋନ୍ ବ୍ୟତୀତ ଲୋକମାନେ ଏହି ପ୍ଲାଟଫର୍ମରେ ଟଙ୍କା ନିବେଷ ମଧ୍ୟ କରିପାରିବେ ଯେଉଁମାନେ ଅଧିକ ରିଟର୍ଣ୍ଣ ପାଇବାର ଆଶା ରଖିଛନ୍ତି। ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ଶୀଘ୍ର ଦିଶା-ନିର୍ଦ୍ଦେଶ ଜାରୀ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.