RBIର ଏହି ସୁପରହିଟ ସ୍କିମରେ ଗ୍ରାହକଙ୍କୁ ମିଳିବ ସୁରକ୍ଷା ସହିତ ବଡ଼ ଆମାଉଣ୍ଟର ରିଟର୍ଣ୍ଣ ରାଶି

ବର୍ତ୍ତମାନ ତଥା ଭବିଷ୍ୟତକୁ ସୁରକ୍ଷା ଦେବା ପାଇଁ ସମସ୍ତେ ନିବେଶ କରିବା କୁ ଚାହିଁଥାନ୍ତି। ଏମିତି ନିବେଶ ଯାହା ସୁରକ୍ଷିତ ରହିବା ସହିତ ଦେଉଥିବ ବଡ଼ ଆମାଉଣ୍ଟର ରିଟର୍ଣ୍ଣ। ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏମିତି ଏକ ନିବେଶ ପ୍ଲାନ ସମ୍ପର୍କରେ କହିବୁ ଯେଉଁଥିରେ ଆପଣ ଖାତା ଖୋଲି ପାଇବେ ସମ୍ପୂର୍ଣ୍ଣ ଲାଭ। ଆଉ ଏହି ଲାଭ ଆପଣଙ୍କୁ ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ।

ଯଦି ଆପଣ ବି ଭାରତୀୟ ରିଜର୍ଭ ବ୍ୟାଙ୍କ ରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ RBI Retail Direct ଯୋଜନାର ଫାଇଦା ଉଠାନ୍ତୁ। ଆପଣଙ୍କୁ ଏହା ସୁରକ୍ଷା ସହ ଦେବ ବଡ଼ ଲାଭ। RBI RDG Scheme ସମ୍ପର୍କରେ ଯଦି ଜାଣି ନାହାଁନ୍ତି ତେବେ ଏହି ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ପୁରା ପ୍ଲାନ ସମ୍ପର୍କରେ..

ସୁରକ୍ଷିତ ନିବେଶ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆପଣଙ୍କୁ ବହୁତ ବଡ଼ ଅଫର ଦେଉଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ସ୍କିମରେ ଆପଣଙ୍କୁ ବହୁତ ବଡ଼ ଆମାଉଣ୍ଟ ମଧ୍ୟ ମିଳିବ। ଆରବିଆଇର ଏହି ଯୋଜନାରେ ନିବେଶକଙ୍କୁ ସରକାରଙ୍କ ତରଫରୁ ଗ୍ୟାରେଣ୍ଟି ସିକ୍ୟୁରିଟି ମିଳିବ। ଆପଣଙ୍କ ନିବେଶକୁ ସୁରକ୍ଷା ଦେବା ସହିତ ରିଟର୍ଣ୍ଣରେ ବଡ଼ ଫାଇଦା ମିଳିବ। ସବୁଠୁ ବଡ଼ କଥା ହେଉଛି ଆରବିଆଇର ଏହି ପ୍ଲାନରେ ଖାତା ଖୋଲିବା ପାଇଁ କୌଣସି ଚାର୍ଜ ଦିଆଯିବ ନାହିଁ। ଏବେ ଜାଣନ୍ତୁ ଏହି ପ୍ଳାନ ସମ୍ପର୍କରେ..

The RBI Retail Direct ସୁବିଧା:
ଏହି ପ୍ଳାନରେ ଅନେକ ବିଶେଷତ୍ୱ ରହିଛି। ଏହି ଆକାଉଣ୍ଟକୁ ଓପନ କରିବା ପାଇଁ ଆପଣଙ୍କୁ କେଉଁଠାକୁ ଯିବା କୁ ପଡ଼ିବ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କର କହିବା ଅନୁଯାୟୀ ଆପଣ ଅନଲାଇନ ମାଧ୍ୟମରେ ଏହାକୁ ଓପନ କରିପାରିବେ। କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ରିଟେଲ ନିବେଶକ ରିଜର୍ଭ ବ୍ୟାଙ୍କ ଅନ୍ତର୍ଗତ ରିଟେଲ ଡାଇରେକ୍ଟ ଗିଲ୍ଟ ଖାତା ଖୋଲିପାରିବେ।

ସରାକରଙ୍କ ସିକ୍ୟୁରିଟି:
ସିକ୍ୟୁରିଟି କ୍ଷେତ୍ରରେ ଅନେକ ସୁଧାର ଆଣିବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଏହାସହ ରିଟେଲ ନିବେଶକଙ୍କୁ ଅନଲାଇନ ମାଧ୍ୟମରେ ଏଥିରେ ସଂଯୋଗ କରାଯିବ। ଏଥିରେ ପ୍ରାଇମେରି ଓ ସେକେଣ୍ଡାରୀ ଦୁଇଟି ବଜାର ସାମିଲ ରହିବ। ଏହି ସ୍କିମ ଅନ୍ତର୍ଗତ ଗ୍ରାହକ ସିଙ୍ଗିଲ ଓ ଜଏଣ୍ଟ ଖାତା ଖୋଲିପାରିବେ ।

ଏବେ ଜାଣନ୍ତୁ ଜରୁରୀ ଡକ୍ୟୁମେଣ୍ଟସ:
ଯଦି ଆପଣ ବି ଏହି ସ୍କିମର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ବଚତ ବ୍ୟାଙ୍କ ଖାତା ସହ ସ୍ଥାୟୀ ଖାତା ସଂଖ୍ୟା ପାନ୍‌ କିମ୍ବା କେଓ୍ଵାଇସି ସହ ଅନ୍ୟାନ୍ୟ ଭ୍ୟାଲିଡ ଡକ୍ୟୁମେଣ୍ଟସ୍‌ ରିଟେଲ ଡାଇରେକ୍ଟ ପ୍ଲାନ ଅନ୍ତର୍ଗତ ରେଜିଷ୍ଟ୍ରେସନ କରିବା ଏବଂ ଆରଡିଜି ପାଇଁ ଭ୍ୟାଲିଡ ଇମେଲ ଆଇଡ଼ି ଓ ମୋବାଇଲ ନମ୍ବର ଆବଶ୍ୟକ ହେବ।

ଆପଣ ଏହି ସ୍କିମକୁ ଘରେ ଅନଲାଇନ ମାଧ୍ୟମରେ ଏହାର ଅଫିସିଆଲ େଓ୍ଵବସାଇଟ rbiretailsdirect.org.in/#/ କୁ ଯାଇ ଆପ୍ଳାଏ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.