Reliance Jio ଗ୍ରାହକ ମାନଙ୍କ ପାଇଁ ଲଞ୍ଚ କଲା ‘ମାଇଗ୍ରେସନ ପ୍ଲାନ’, ୟୁଜର୍ସ ମାନଙ୍କୁ ମିଳିବ ୫୦ ଜିବି ଡାଟା ସୁବିଧା

ଦେଶର ଅନ୍ୟତମ ଅଗ୍ରଣୀ ଟେଲିକମ କମ୍ପାନୀ ‘ରିଲାଏନ୍ସ ଜିଓ’ ନିଜ ଉପଭୋକ୍ତା ମାନଙ୍କ ପାଇଁ ନୂଆ ମାଇଗ୍ରେସନ ପ୍ଲାନର ଲଞ୍ଚ କରିଛନ୍ତି । ଏହା ମାଧ୍ୟମରେ ଉପଭୋକ୍ତା ମାନଙ୍କୁ ୧୦୦ ଏମବିପିଏସ ସ୍ପିଡ଼ ସହ ୫୦ ଜିବି ଡାଟା ମାଗଣା ଡାଟା ମିଳିବ । କିନ୍ତୁ ଏଥିରେ କଳିଙ୍ଗ ସୁବିଧା ଦିଆଯାଇନାହିଁ । ଯେଉଁ ମାନେ ଏପର୍ଯ୍ୟନ୍ତ ଫାଇବର ପେଡ ପ୍ଲାନର ଉପଯୋଗ କରିନାହାନ୍ତି କେବଳ ସେହି ମାନଙ୍କ ପାଇଁ କମ୍ପାନୀ ନିଜ ମାଇଗ୍ରେସନ ପ୍ଲାନର ଶୁଭାରମ୍ଭ କରିଛି ବୋଲି ସ୍ପଷ୍ଟ କରିଛି । ଏହି ପ୍ଲାନର ଅବଧି ୭ ଦିନ ପର୍ଯ୍ୟନ୍ତ ରହିବ । ଯଦି ୟୁଜର୍ସ ମାନେ ସମୟ ସୀମା ଶେଷ ହେବା ପୂର୍ବରୁ ନିଜ ଡାଟା ଶେଷ କରି ଦିଅନ୍ତି ତେବେ ସେମାନଙ୍କ ଡାଟା ସ୍ପିଡ଼ କମ କରି ଦିଆଯିବ ।

jio

ଅନ୍ୟ ପକ୍ଷରେ ଯଦି ୟୁଜର୍ସ ମାନେ ମାଇଗ୍ରେସନ ପ୍ଲାନ ସମୟରେ ଫାଇବର ପେଡ ପ୍ୟାକକୁ ରିଚାର୍ଜ କରନ୍ତି, ତେବେ ପେଡ ପ୍ଲାନ ତୁରନ୍ତ ଆକ୍ଟିଭେଟ ହୋଇଯିବ । ସୂଚନା ମୁତାବକ ଗତ ବର୍ଷ ଅର୍ଥାତ ୨୦୧୮ ମସିହାରେ ଜିଓ ଫାଇବର ପ୍ଲାନର ଆରମ୍ଭ କରିଥଲେ । ଏବେକା ସମୟରେ ଜିଓ ଫାଇବର ୬୯୯ ଟଙ୍କାରୁ ଆରମ୍ଭ କରି ୮୪୯୯ ଟଙ୍କା ପର୍ଯ୍ୟନ୍ତର ପ୍ଲାନ ଉପଲବ୍ଧ କରାଉଛି । ଏହା ପୂର୍ବରୁ ନିଜ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ‘ନ୍ୟୁ ଇୟର ୨୦୨୦’ ପ୍ଲାନକୁ ଟେଲିକମ ବଜାରରେ ଲଞ୍ଚ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.