Rail Wheel Factory Recruitment 2021: ରେଳ କାରଖାନାରେ ୧୦ ପାସ୍‌ଙ୍କ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେତେ ହେବ ବେତନ

ରେଲେଓ୍ଵ ହ୍ଵିଲ ଫ୍ୟାକ୍ଟ୍ରି ୧୦ମ ପାସ୍‌ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ଏହି ଫ୍ୟାକ୍ଟ୍ରି ନିଜର ଅଫିସିଆଲ େଓ୍ଵବସାଇଟ rwf.indianrailways.gov.inରେ ନିଯୁକ୍ତି ଲାଗି ନୋଟିଫିକେଶନ ଜାରି କରିଛି। ଏହି ଭ୍ୟାକେନ୍ସି ଅଧୀନରେ ଟ୍ରେଡ ଅପ୍ରେଟିନ୍ସର ୧୯୨ ପଦ ଉପରେ ଆଶାୟୀଙ୍କୁ ଚୟନ କରାଯିବ।

ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୩ ଅଗଷ୍ଟରୁ ଆରମ୍ଭ ହୋଇଯାଇଛି। ଯୋଗ୍ୟ ତଥା ଇଚ୍ଛୁକ ଆଶାୟୀ ୧୩ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିପାରିବେ। ଅଫିସିଆଲ ନୋଟିଫିକେଶନ ମୁତାବକ, ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ ୧୩ ସେପ୍ଟେମ୍ବର ୨୦୨୧ ନିର୍ଦ୍ଧାରିତ କରାଯାଇଛି। ଚୟନ ହୋଇଥିବା ଆଶାୟୀଙ୍କୁ ବେତନ ରୂପେ ୧୨,୨୬୧ ଟଙ୍କା ପ୍ରତି ମାସରେ ଦିଆଯିବ।

ପଦର ବିବରଣୀ

ଫିଟର-୮୫ ପଦ

ମେଶିନିଷ୍ଟ-୩୧ ପଦ

ମେକାନିକ(ମୋଟର ଭେହିକଲ)-୮ ପଦ

ଟର୍ନର-୫ ପଦ

ସିଏନ୍‌ସି ପ୍ରୋଗ୍ରୋମିଙ୍ଗ୍‌ କମ୍‌ ଅପରେଟର(ସିଓଇ ଗ୍ରୁପ୍‌)-୨୩ ପଦ

ଇଲେକ୍ଟ୍ରିସିୟାନ-୧୮ ପଦ

ଇଲେକ୍ଟ୍ରୋନିକ ମେକାନିକ-୨୨ ପଦ

ମୋଟ ପଦ-୧୯୨

ଯୋଗ୍ୟତା ଓ ବୟସ ସୀମା

ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଥିବା ଆଶାୟୀ କୌଣସି ବି ମାନ୍ୟତାପ୍ରାପ୍ତ ବୋର୍ଡରୁ ୫୦ ପ୍ରତିଶତ ମାର୍କ ସହିତ ୧୦ମ ପାସ୍‌ କରିଥିବା ଜରୁରୀ। ଏଥି ସହିତ ତାଙ୍କର ସମ୍ବନ୍ଧିତ ବିଷୟରେ ନ୍ୟାଶନାଲ କାଉନସିଲ ଫର୍‌ ଭୋକେଶନାଲ ଟ୍ରେନିଂରୁ ନ୍ୟାଶନାଲ ଟ୍ରେଡ ଅପ୍ରେଟିନ୍ସ ସାର୍ଟିଫିକେଟ ବି ଥିବା ଜରୁରୀ। ୧୫ ବର୍ଷରୁ ନେଇ ୨୪ ବର୍ଷ ବୟସ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ।

ଆବେଦନ ଶୁଳ୍କ

-ସାଧାରଣ/OBC/EWS ବର୍ଗ ପାଇଁ-୧୦୦ ଟଙ୍କା

-SC/ST/PWD/Women ବର୍ଗ ପାଇଁ କୌଣସି ଫିସ୍‌ ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.