Below header

AIIMS ରେ ଖାଲିପଡିଛି ୪୧୬ ପଦବୀ, ଜାଣନ୍ତୁ କେଉଁଠି

ଅଲଇଣ୍ଡିଆ ଇନଷ୍ଟିଚ୍ଯୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS), ଦିଲ୍ଲୀ ପକ୍ଷରୁ ଖାଲିପଡ଼ିଛି ଅନେକ ପଦବୀ। ଏଠାରେ ୪୧୬ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ୨୮ ମଇ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏମ୍ସ ଦିଲ୍ଲୀ ପକ୍ଷରୁ ଏହି ପଦବୀ ୩ ବର୍ଷ ପାଇଁ ଭର୍ତ୍ତି କରାଯିବ। ଭର୍ତ୍ତି ପାଇଁ ପରୀକ୍ଷା ଅନଲାଇନ କରାଯିବ। ଅଧିକ ଜାଣିବା ପାଇଁ ଏମ୍ସର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ଗୁରୁତ୍ବପୂର୍ଣ୍ଣ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୮ ମଇ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା : ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ଯତା ରଖାଯାଇଛି।

ବୟସ ସୀମା: ଆବେଦନ କରିବା ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇନଥିବ।

ଏମିତି କରନ୍ତୁ ଆବେଦନ : ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ ଏମ୍ସ,ର ଅଫିସିଆଲ ୱେବସାଇଟ୍କୁ ଯାଇ ଅନଲାଇନ ଆବେଦନ କରନ୍ତୁ। ଫର୍ମ ସହିତ ଏଥିରେ ସଂଲଗ୍ନ କରିବାକୁ ଥିବା ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ପଠାଇବାକୁ ଅନୁରୋଧ। ଅଧିକ ବିବରଣୀ, ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଜାଣିପାରିବେ।

ଅଧିକ ଜାଣିବା ଏଠାରେ କ୍ଲିକ କରନ୍ତୁ

https://www.aiimsexams.ac.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.