ବଢ଼ିବ କି ଲକଡାଉନ୍‌? ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସ୍‌ମିଟ୍‌

ଭୁବନେଶ୍ବର: ଆଜି ମୁଖ୍ୟ ସଚିବ କରିବେ ପ୍ରେସ୍‌ ବ୍ରିଫ୍‌ । ମୁଖ୍ୟ ସଚିବ ସୁରେଶ ମହାପାତ୍ର ରଖିବେ ପ୍ରେସ୍‌ ବିବୃତ୍ତି । ବଢ଼ିବ କି ଲକଡାଉନ୍‌ ? ଲକଡାଉନ୍‌ ବୃଦ୍ଧି ନେଇ ରଖିପାରନ୍ତି ପ୍ରେସ୍‌ ବିବୃତ୍ତି । ମୁଖ୍ୟ ସଚିବଙ୍କ ସହ ରହିବେ NHM ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ । ଏହାସହ ବିଏମସି କମିଶନର ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ରହିବେ ।

ମେ’ ୧୯ ତାରିଖ ପରେ ଲକଡାଉନ୍‌ ବୃଦ୍ଧି ପାଇପାରେ । ରାଜ୍ୟରେ ଗତ ୧୦ ଦିନ ହେବ ପଜିଟିଭିଟି ରେଟ୍‌ ୨୦ ପ୍ରତିଶତରୁ ଖସିନାହିଁ । ୨୭ ଜିଲ୍ଲା ଏବେ ବି ରେଡ୍‌ ଜୋନ୍‌ରେ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ରହିଛି ୧୫ ହଜାରରୁ ଅଧିକ େ ସୁନ୍ଦରଗଡ଼ରେ ଆକ୍ଟିଭ୍‌ କେସ୍‌ ୧୦ ହଜାରରୁ ଅଧିକ ରହିଛି । ଏହାସହ କଟକ, ଅନୁଗୁଳ, ସମ୍ବଲପୁରରେ ୫ରୁ ୧୦ ହଜାର ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା ।

ବରଗଡରେ ମଧ୍ୟ ପ୍ରାୟ ୫ ହଜାର ସଂକ୍ରମଣ ରହୁଛି । ଟିକାର ଗ୍ଲୋବାଲ ଟେଣ୍ଡର ନେଇ ମୁଖ୍ୟ ସଚିବ କହିପାରନ୍ତି । ୩ କୋଟି ୮୦ ଲକ୍ଷ ଡୋଜ୍‌ ଆମଦାନୀ ପାଇଁ ଗ୍ଲୋବାଲ ଟେଣ୍ଡର କରାଯାଇଛି । ସେହିଭଳି ସାଲୀନି ପଣ୍ଡିତ ଟେଷ୍ଟିଂ, ICU ଓ ଭେଣ୍ଟିଲେଟର ସ୍ଥିତି ନେଇ ସୂଚନା ଦେଇପାରନ୍ତି । ଭୁବନେଶ୍ୱରରେ କି ପଦକ୍ଷେପ ନିଆଯିବ ସେନେି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.