Below header

ଇଣ୍ଡିଆନ ଆର୍ମିରେ ଖାଲିପଡିଛି ଗ୍ରୁପ ସି ପଦବୀ, ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୯

ଇଣ୍ଡିଆନ ଆର୍ମିରେ ଗ୍ରୁପ ସି ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଭାରତୀୟ ସ୍ଥଳ ସେନାରେ ମହାରାଷ୍ଟ୍ର ପୁନେ ସ୍ଥିତ ଦକ୍ଷିଣ କମାଣ୍ଡ ମୁଖ୍ୟାଳୟରେ ଗ୍ରୁପ ସି ପାଇଁ ବିଭିନ୍ନ ପଦବୀ ଖାଲିପଡିଛି। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ସେନା ଦ୍ୱାରା ଜୁନ୍‌ ୨୦୨୨ରେ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ଗ୍ରେଡ ୨, ଏଲଡିସି, କୁକ୍‌, ଏମଟିଏସ (ଅଫିସ), ଏମଟିଏମ(ମେସେଞ୍ଜର), ଏମଟିଏସ୍‌ (ସଫେଇ), ଏମଟିଏସ(ଚୌକିଦାର) ପଦରେ ୩୨ଟି ପଦବୀ ଖାଲିପଡିଛି।

ଇଚ୍ଛୁକ ପ୍ରାର୍ଥୀ hqscrecruitment.comକୁ ଯାଇ ଅନଲାଇନ ଆପ୍ଲିକେସନ ଫର୍ମ ପୂରଣ କରି ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୧୯ ଜୁଲାଇ ୨୦୨୨ ରହିଛି। ଆବେଦନ ପତ୍ର କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ। ଅନ୍ୟ କୌଣସି ପ୍ରକାରରେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

ପଦବୀ ବିବରଣୀ: ୩୨

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୯ ଜୁଲାଇ, ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା :

ଷ୍ଟ୍ରେନୋ ଗ୍ରେଡ୍‌: କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ ସହିତ ମିନିଟ୍‌କୁ ୩୦ଟି ଶବ୍ଦ ଟାଇପିଂ ସ୍ପିଡ ଥିବା ଜରୁରୀ। ଏହାହିତ ଇଂଲିଶରେ ୫୦ଟି ଶବ୍ଦ ଏବଂ ହିନ୍ଦୀରେ ୬୫ଟି ଶବ୍ଦ ଟାଇପିଂ ସ୍ପିଡ ଥିବା ଜରୁରୀ।

ଏଲସିଡି : କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିବା ସହିତ କମ୍ପ୍ୟୁଟରେ ଇଂଲିଶରେ ୩୫ଟି ଶବ୍ଦ ପ୍ରତି ମିନିଟ୍‌ ଏବଂ ୩୦ଟି ଶବ୍ଦ ହିନ୍ଦୀ ଟାଇପିଂ କରୁଥିବା ଜରୁରୀ।

କୁକ୍‌: ମାଟ୍ରିକା ପାସ୍‌ କରିବା କିମ୍ବା ଏହାର ସମକକ୍ଷ ଯୋଗ୍ୟତା ଥିବା ଜରୁରୀ।

ସେହିପରି ଏମଟିଏସର ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।

ବୟସ ସୀମା : ଆବେଦନକରୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ। ଏମଟିଏସ୍‌ ପଦବୀ ପାଇଁ ଅଧିକତମ ବୟସ ୩୦ ବର୍ଷ ଏବଂ ଦିବ୍ୟାଙ୍ଗ, ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୩୫ ବର୍ଷ, ଓବିସି ପାଇଁ ୩୮ ବର୍ଷ ଏବଂ ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ୪୦ ବର୍ଷ ହେବା ଜରୁରୀ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://hqscrecruitment.com/index.php

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.