ଶ୍ରାବଣ ପ୍ରଥମ ସୋମବାରରେ ପାଣି ନେଇଯାଉଥିବା କାଉଡ଼ିଆଙ୍କୁ ଧକ୍କା ଦେଲା ବସ୍, ୨ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଅମରୋହା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ କାଉଡ଼ିଆଙ୍କ ଜୀବନ ଯାଇଛି। ଚଳନ୍ତା ବସ୍ ଏକ ବାଇକ୍କୁ ଧକ୍କା ଦେବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ୯ ନମ୍ବର ଜାତୀୟକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ। ଲୋକମାନେ ଦୁର୍ଘଟଣା ଘଟାଇଥିବା ବସ୍କୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ତେବେ ଏହି ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଲୋକମାନେ ରାସ୍ତା ବନ୍ଦ କରିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଅମରୋହା ସଡ଼କ ଦୁର୍ଘଟଣାରେ ୨ କାଉଡ଼ିଆଙ୍କ ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଦୁର୍ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ। ସେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ଜରୁରୀ ତଥା ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
In UP’s Amroha, several roadways buses were vandalised after two Kanwariyas died in an accident. pic.twitter.com/XB7vXY5cdk
— Piyush Rai (@Benarasiyaa) July 18, 2022
ସୂଚନାଯୋଗ୍ୟ ଯେ ଏହି ସଡ଼କ ଦୁର୍ଘଟଣା ଅମରୋହାର ଡିଡ଼ୌଲି ଅଞ୍ଚଳର ୯ ନମ୍ବର ଜାତୀୟ ରାଜପଥରେ ହୋଇଛି। ସୂଚନା ମୁତାବକ, କାଉଡ଼ିଆଙ୍କର ଏକ ଦଳ ବ୍ରଜଘାଟଠାରୁ ପାଣି ଉଠାଇ ମୁରାଦାବାଦ ଫେରୁଥିଲେ। ସେହି ସମୟରେ ରୋଡ୍ ୱେଜ୍ର ଏକ ବସ୍ କାଉଡ଼ିଆଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ରେ ଥିବା ୨ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି।
Two Kanwar yatris were killed when an Uttar Pradesh roadways bus allegedly rammed into their motorcycle in Amroha early on Monday, the police said.
Read: https://t.co/m4ZUC5NgZG
— The Indian Express (@IndianExpress) July 18, 2022