ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଚାରି ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛୁଟି ଦେଲା ରିଲାଏନ୍ସ
ରାମଲାଲାଙ୍କ ଉତ୍ସବ ପାଳନ ପାଇଁ ଚାରି ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛି । ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମାରୋହକୁ ଦୃଷ୍ଟିରେ ରଖି ନିଜ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛି । ଏଥିସହ କମ୍ପାନୀ ପାଖେ ଥିବା ମନ୍ଦିରରେ ବିଶେଷ ପୂଜା ଅୟୋଜନ କରିଛନ୍ତି । ଏହା ବ୍ୟତୀତ କମ୍ପାନୀ ଜିଓ ସହ ଜଡିତ ପ୍ଲାଟଫର୍ମରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ଅୟୋଜିତ କରିଛି । କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ଦୀପ ବଣ୍ଟନ ପାଇଁ କମ୍ପାନୀ ବ୍ୟବସ୍ଥା କରିଛି ।
ରାମଲାଲାଙ୍କ ଉତ୍ସବ ପାଳନ ପାଇଁ ଚାରି ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଥିବା ଭାରତର ପ୍ରଥମ ବେସରକାରୀ ସଂଗଠନ ମଧ୍ୟରୁ ରିଲାଏନ୍ସ ଅନ୍ୟତମ । ସୋମବାର ଦିନ ଦେଶର ରିଲାଏନ୍ସ କ୍ୟାମ୍ପସର ବିଭିନ୍ନ ମନ୍ଦିର ଏହି ଉତ୍ସବକୁ ସ୍ୱତନ୍ତ୍ର ପୂଜା ସହିତ ପାଳନ କରିବ। ଏଥିମଧ୍ୟରେ ମୁମ୍ବାଇ, ଜାମନଗର, ଦେହେଜ, ନାଗୋଥାନେ, ହାଜିରା, ସିଲଭାସା, ହାଲୋଲ, ହୋଶିଆରପୁର, ନାଗପୁର, ଶାହଡୋଲ, କାକିନାଡା ଏବଂ ଅନ୍ୟାନ୍ୟ ସ୍ଥାନରେ ଅବସ୍ଥିତ ରିଲାଏନ୍ସର ସୁବିଧା ରହିଛି ।
ଏହା ସହିତ ରିଲାଏନ୍ସ ଜିଓ ଓ ରିଲାଏନ୍ସ ରିଟେଲ ରାମ ଭକ୍ତ ତଥା ତୀର୍ଥଯାତ୍ରୀଙ୍କ ପାଇଁ ଅନେକ ବିଶେଷ ସେବା ଆରମ୍ଭ କରିଛି । ରିଲାଏନ୍ସ ରିଟେଲ ସମଗ୍ର ଅଯୋଧ୍ୟାର ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବିଶେଷ ଭାବେ କିୟୋସ୍କୋ ସ୍ଥାପିତ କରିଛି । ଏଥିରେ ଅତିଥି, ତୀର୍ଥଯାତ୍ରୀ ଏବଂ ଅନ୍ୟ ଯାତ୍ରୀ ପାଣି ପିଇପାରିବେ । ଅଯୋଧ୍ୟାରେ ସ୍ମାର୍ଟ ବଜାର ତଥା ସ୍ମାର୍ଟ ପଏଣ୍ଟ ଷ୍ଟୋରରେ ଆଗନ୍ତୁକଙ୍କ ପାଇଁ ଦୀପ ବଣ୍ଟାଯାଇଛି ।