ସୁନାବେଡା ଅଭୟାରଣ୍ୟରେ ହେଉଛି ଷ୍ଟ୍ରବେରୀ ଚାଷ, ଚାଷୀ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଆୟ

ନୂଆପଡା ଜିଲାର ସୁନାବେଡା ଅଭୟାରଣ୍ୟରେ ଷ୍ଟ୍ରବେରୀ ଚାଷ ଯୁବଚାଷିଙ୍କ ଓଠରେ ହସ ଫୁଟାଇବା ସହ ରୋଜଗାର ମାଧ୍ୟମ ହୋଇଛି । ଗତବର୍ଷଠାରୁ ଜିଲାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ପାଇଲଟ ପ୍ରୋଜେକ୍ଟ ଭାବେ ଜୈବିକ ପ୍ରଣାଳୀରେ ଲାଲ ଟହ ଟହ ଷ୍ଟ୍ରବେରୀ ଚାଷ କରାଯାଇଛି । ସ୍ଥାନିୟ ଯୁବଚାଷିମାନେ ଷ୍ଟ୍ରବେରୀ ବିକ୍ରିକରି ଭଲ ଦୁଇପଇସା ରୋଜଗାର କରି ଏବେ ସ୍ଵାବଲମ୍ୱୀ ହୋଇପାରିଛନ୍ତି ।

ନୂଆପଡା ଜିଲାର ସୁନାବେଡା ଅଭୟାରଣ୍ୟରେ ଷ୍ଟ୍ରବେରୀ ଚାଷ ଯୁବଚାଷିଙ୍କ ଓଠରେ ହସ ଫୁଟାଇବା ସହ ରୋଜଗାର ମାଧ୍ୟମ ହୋଇଛି । ଗତବର୍ଷଠାରୁ ଜିଲାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ପାଇଲଟ ପ୍ରୋଜେକ୍ଟ ଭାବେ ଜୈବିକ ପ୍ରଣାଳୀରେ ଲାଲ ଟହ ଟହ ଷ୍ଟ୍ରବେରୀ ଚାଷ କରାଯାଇଛି । ସ୍ଥାନିୟ ଯୁବଚାଷିମାନେ ଷ୍ଟ୍ରବେରୀ ବିକ୍ରିକରି ଭଲ ଦୁଇପଇସା ରୋଜଗାର କରି ଏବେ ସ୍ଵାବଲମ୍ୱୀ ହୋଇପାରିଛନ୍ତି । ଏବେ ଜିଲାରେ ଷ୍ଟ୍ରବେରୀର ବେଶ ଚାହିଦା ରହିଥିବା ବେଳେ କମ ଖର୍ଚରେ ଷ୍ଟ୍ରବେରୀ ଚାଷ କରି ଅଧିକ ଲାଭବାନ ହୋଇଥିବାରୁ ସୁନାବେଡା ଅଞ୍ଚଳର ଚାଷିମାନେ ବେଶ ଖୁସୀ ।

ନୂଆପଡା ଜିଲାର ଦୁର୍ଗମ ମାଓଅଧ୍ୟୁଷିତ ସୁନାବେଡା ଅଭୟାରଣ୍ୟ ସମୁଦ୍ରପତନଠାରୁ ସାଢେ ତିନି ହଜାର ଫୁଟ ଉଚ୍ଚତାରେ ରହିଛି । ସୁନାବେଡା ଅଭୟାରଣ୍ୟରେ ସ୍ଵଳ୍ପ ବର୍ଷା ଯୋଗୁଁ ଚାଷି ବାରମ୍ୱାର ମରୁଡିର ସମ୍ମୁଖୀନ ହୋଇ ବହୁ କ୍ଷତିର ସମ୍ମୁଖିନ ହୋଇଆସୁଥିଲା । ଗତବର୍ଷ ନୂଆପଡା ଜିଲା ପ୍ରଶାସନ ତରଫରୁ ସୁନାବେଡା ଅଞ୍ଚଳର ଚାଷିଙ୍କୁ ସ୍ଵାବଲମ୍ୱୀ କରିବା ଉଦ୍ଧେଶ୍ୟରେ ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରୀ ଚାଷ ହାତକୁ ନେଇଥିଲେ । ଜିଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଚକୋଟିଆ ଭୁଂଜିଆ ଉନ୍ନୟନ ସଂସ୍ଥା(ସିବିଡିଏ) ତରଫରୁ ଷ୍ଟ୍ରବେରୀ ଚାଷକୁ ପାଇଲଟ ପ୍ରୋଜେକ୍ଟ ଭାବେ ସୁନାବେଡା ଅଭୟାରଣ୍ୟ ଅଞ୍ଚଳର ଆଦିବାସୀ ଚାଷିଙ୍କୁ ନେଇ ଆରମ୍ଭ ହୋଇଥିଲା ।

ଗତବର୍ଷ ପରୀକ୍ଷାମୂଳକ ଭାବେ ୧୦ ଜଣ ଚାଷି ୧୦ ଏକର ଜମିରେ ଷ୍ଟ୍ରବେରୀ ଚାଷ କରିଥିଲେ । ପ୍ରଥମେ ମହାରାଷ୍ଟ୍ର ପୁଣେ ମହାବଲେଶ୍ଵରରୁ ଷ୍ଟ୍ରବେରୀ ଚାରା ଅଣାଯାଇ ସିବିଡିଏର ସ୍ୱତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ଵବଧାନରେ କୃଷି ବୈଜ୍ଞାନିକଙ୍କ ପରାମର୍ଶରେ ଅଭୟାରଣ୍ୟର ଜଳବାୟୁରେ ଷ୍ଟ୍ରବେରୀ ଚାଷ କରାଯାଇଥିଲା । ଷ୍ଟ୍ରବେରୀ ଗଛରେ ଲାଲ ଟହ ଟହ ହୋଇ ପେନ୍ଥା ପେନ୍ଥା ଫଳ ପାଚିବା ସହ ଭଲ ଫସଲ ଅମଳ ହୋଇଥିଲା । ମରୁଡି ପ୍ରପିଡିତ ସୁନାବେଡା ପାର୍ବତ୍ୟ ଅଞ୍ଚଳରେ ପ୍ରଥମକରି ଷ୍ଟ୍ରବେରୀ ଚାଷ ଭଲ ଅମଳ ହୋଇଥିବା ବେଳେ ପ୍ୟାକିଂ କରି ବଜାରରେ ଲକ୍ଷାଧିକ ଟଙ୍କାରେ ବିକ୍ରିକରି ରୋଜଗାରକ୍ଷମ ହୋଇଥିବାରୁ ସ୍ଥାନିୟ ଚାଷିମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି ।

କୋମନା ବ୍ଲକର ଦୁର୍ଗମ ସୁନାବେଡା ଅଭୟାରଣ୍ୟ ଏକଦା ମାଓବାଦୀଙ୍କ ପାଇଁ ଚର୍ଚାରେ ରହିଥିବା ବେଳେ ଏବେ ଷ୍ଟ୍ରବେରୀ ଚାଷ ପାଇଁ ପୁଣି ଚର୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଗତବର୍ଷ ପରୀକ୍ଷାମୂଳକ ଭାବେ ସୁନାବେଡାର ୧୦ ଜଣ ଚାଷି ୧୦ ଏକର ଜମିରେ ଷ୍ଟ୍ରବେରୀ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ସ୍ଵାବଲମ୍ୱୀ ହୋଇଥିଲେ । ପୁଣି ଏବର୍ଷ ମଧ୍ୟ ସୁନାବେଡାର ୧୨ ଜଣ ଚାଷି ୧୨ ଏକର ଚାଷଜମିରେ ଷ୍ଟ୍ରବେରୀ ଚାଷ କରିଛନ୍ତି । ଗତବର୍ଷ ଅପେକ୍ଷା ଏବର୍ଷ ଷ୍ଟ୍ରବେରୀ ଅଧିକ ଅମଳ ହୋଇଛି ।

ପ୍ରତିଦିନ ପ୍ରାୟ ଏକ କ୍ୱିଣ୍ଟାଲ ଷ୍ଟ୍ରବେରୀ ଉପାଦନ ହେଉଥିବା ବେଳେ ପ୍ୟାକିଂ କରି ବିକ୍ରିପାଇଁ ବଜାରକୁ ପଠାଯାଉଛି । ବଜାରରେ ଷ୍ଟ୍ରବେରୀ କେଜିପିଛା ୫ ଶହ ଟଙ୍କାରେ ବିକ୍ରି ହେଉଛି । ଏବେ ସ୍ଥାନିୟ ବଟିବାହାଲ, ଉଦ୍ୟାନବନ୍ଧ, କୋମନା, ଖଡିଆଳ, ନୂଆପଡା, ଖରିଆରରୋଡ, ରାଜଧାନି ଭୂବନେଶ୍ଵର ସମେତ ପଡୋଶୀ ଛତିଶଗଡ ରାୟପୁର ମାର୍କେଟରେ ମଧ୍ୟ ସୁନାବେଡା ଅଞ୍ଚଳର ଚାଷିଙ୍କ ଷ୍ଟ୍ରବେରୀ ବିକ୍ରି ହେଉଛି । ମରୁଡି ପ୍ରପିଡିତ ସୁନାବେଡା ପାର୍ବତ୍ୟ ଅଞ୍ଚଳରେ କମ ଖର୍ଚରେ ଷ୍ଟ୍ରବେରୀ ଚାଷ କରି ଅଧିକ ଲାଭବାନ ହୋଇଥିବାରୁ ସୁନାବେଡା ଅଞ୍ଚଳର ଆଦିବାସୀ ଯୁବଚାଷିମାନେ ବେଶ ଖୁସୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.