ଚୀନ ସ୍ମାର୍ଟଫୋନ କମ୍ପାନୀକୁ ଟକ୍କର ଦେବ ରିଲାଏନ୍ସ ଜିଓ, କମ ଦାମରେ ଆଣୁଛି ଦଶ କୋଟିରୁ ଅଧିକ ସ୍ମାର୍ଟଫୋନ୍

ଟେଲିକମ୍ ସେକ୍ଟରରେ ଏକ ସଫଳ ବ୍ୟବସାୟ କରିବା ପରେ ଜିଓ ​​ବର୍ତ୍ତମାନ ସ୍ମାର୍ଟଫୋନ୍ ସେକ୍ଟରରେ ଜିଓ ବଡ଼ଧମାକା କରିବାକୁ ଯାଉଛି । ଖବର ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ରିଲାଏନ୍ସ ଜିଓ 100 ମିଲିୟନ୍ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ।

2017 ରେ ପ୍ରତ୍ୟେକ ବ୍ୟକ୍ତି ଇଣ୍ଟରନେଟ୍ ବ୍ୟବହାର କରନ୍ତୁ ସେଥିପାଇଁ ରିଲାଏନ୍ସ Jio Phone ଫିଚର ଫୋନ ଲଞ୍ଚ କରିଥିଲା । ଏହି ଡିଭାଇସ୍ ଉପଭୋକ୍ତାମାନଙ୍କୁ ଫିଚର ଫୋନରେ ଇଣ୍ଟରନେଟ୍ ଚଲାଇବା ଭଳି ସୁବିଧା ଦେଇଥାଏ । ଖବର ଅନୁଯାୟୀ, ଜିଓ ଫୋନରେ ବର୍ତ୍ତମାନ 100 ମିଲିୟନ ୟୁଜର୍ସ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ସେହି ଲୋକ ଯିଏ ପ୍ରଥମ ଥର ପାଇଁ ଏହି ଫୋନରେ ଇଣ୍ଟରନେଟ୍ ସେବା ବ୍ୟବହାର କରୁଛନ୍ତି ।

ଜୁଲାଇରେ ରିଲାଏନ୍ସ ଜିଓ ମାଲିକ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଗୁଗୁଲ ସ୍ୱଳ୍ପ ମୂଲ୍ୟର 4G କିମ୍ବା 5G ସ୍ମାର୍ଟଫୋନ୍ ପାଇଁ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ (ଓଏସ୍) ନିର୍ମାଣ କରିବ, ଯାହାକୁ ରିଲାଏନ୍ସ ଡିଜାଇନ୍ କରିବ । ଖବର ଅନୁଯାୟୀ, ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ରିଲାଏନ୍ସ ଜିଓ କମ୍ପାନୀ 10 କୋଟିରୁ ଅଧିକ କମ ଦାମିକିଆ ସ୍ମାର୍ଟଫୋନ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛି । ତେବେ କମ୍ପାନୀ ଏହି ସ୍ମାର୍ଟଫୋନ୍ଗୁଡ଼ିକୁ ଡାଟା ପ୍ୟାକ୍ ସହିତ ବଜାରରେ ଲଞ୍ଚ କରିବାକୁ ଯାଉଛି, ଯାହା ଡିସେମ୍ବର 2020 କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଲଞ୍ଚ ହେବ ।

ଏହିପରି ଶସ୍ତା ସ୍ମାର୍ଟଫୋନ ଆସିବା ଦ୍ୱାରା Xiaomi, Realme, Oppo ଏବଂ Vivo ଭଳି ଚୀନ ସ୍ମାର୍ଟଫୋନ୍ କମ୍ପାନୀଗୁଡିକୁ ଏକ କଡା ଟକ୍କର ଦେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.